ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମାନବ ପ୍ରାଣୀ ପରିବେଶ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗୋ ହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ ଆଣିବା ନେଇ ଦାବିପତ୍ର ପ୍ରଦାନ କରା ଯାଇଛି । ଓଡ଼ିଶା ରେ ଜଗନ୍ନାଥ ଧାମ ମାଟି ରେ ଗୋହତ୍ୟା ନିଷେଧ, ଗୋ ସଂରକ୍ଷଣ ବିଲ ଆଣିବା ନିହାତି ଆବଶ୍ୟକତା ଥିବା ସୂଚାଇ ଦିଆ ଯାଇଛି । ପବିତ୍ର ଭୂମି ଅପବିତ୍ର କାର୍ଯ୍ୟ କରା ନ ଯିବାକୁ ଦାବି କରାଯାଇଛି । ସଂଗଠନର ଉପଦେଷ୍ଟା ଜ୍ଞାନ ପାଣି, ସଭ୍ୟ ରଶ୍ମି ରଞ୍ଜନ ପାତ୍ର, ରଶ୍ମି ରଂଜନ ସାହୁ, ସନ୍ତୋଷ କୁମାର ସାହୁ, ଶୁନିଲ କୁମାର ପରିଡ଼ା, ହରମୋହନ ରାଉଳ,ନୃସିଂହ ବେହେରା ପ୍ରମୁଖ ସାମିଲ ହୋଇଥିଲେ।