Home ଜିଲ୍ଲା ପରିକ୍ରମା ଗୋ ମାଫିଆଙ୍କୁ ସୁରକ୍ଷା ଦେଇ ମହିଳା ପୁଲିସ୍‌ଙ୍କୁ ଅପମାନିତ ଅଭିଯୋଗରେ ୨୪ ନଂ ୱାର୍ଡ଼ର କାଉନସିଲର...

ଗୋ ମାଫିଆଙ୍କୁ ସୁରକ୍ଷା ଦେଇ ମହିଳା ପୁଲିସ୍‌ଙ୍କୁ ଅପମାନିତ ଅଭିଯୋଗରେ ୨୪ ନଂ ୱାର୍ଡ଼ର କାଉନସିଲର ଗିରଫ

16

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋ ମାଫିଆ ଙ୍କୁ ସୁରକ୍ଷା ଦେଉଥିବା ନେଇ ଭଦ୍ରକ ପୌରାଂଚଳର ୨୪ ନଂ ୱାର୍ଡ଼ ର କାଉନସିଲର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ ପୁରୁଣା ବଜାର ଥାନା ଅଧିନସ୍ଥ ଅଲାଲପୁର ଅଂଚଳରେ ଗତକାଲି କିଛି ଗୋ ମାଫିଆ ମାନେ ଏକ ଗୋରୁ ବୋଝେଇ ଗାଡ଼ି ନେଇ ଯାଉଥିବା ଖବର ପୁରୁଣା ବଜାର ପୋଲିସ ପାଇଥିଲା। ସେହି ଗାଡ଼ି କୁ ପିଛା କରି କାବୁ କରିଥିଲା। ଏହି ସମୟରେ ୨୪ ନଂ କାଉନସିଲର ଓ ତାଙ୍କ ସହଯୋଗୀ ମାନେ ପୋଲିସ କୁ ଅପମାନିତ କରିବା ସହିତ ମହିଳା ପୋଲିସ କର୍ମଚାରୀ ଙ୍କୁ ମଧ୍ୟ ଅପମାନିତ କରିଥିଲା। ଯାହାକୁ ନେଇ ପୁରୁଣା ବଜାର ପୋଲିସ ଏ ସଂକ୍ରାନ୍ତିରେ ୧୭୬/୨୫ ମୂଳେ ଏକ କେଶ ରୁଜ୍ଜୁ କରି ୨୪ ନଂ ୱାର୍ଡ଼ ର କଂଗ୍ରେସ କାଉନସିଲର ଜହୀଦ ସାହା (ଗୁତି) ଙ୍କୁ ଗିରଫ କୋର୍ଟ ଚାଲାଣ କରିଛି। ଏହି ଗୋ ମାଫିଆ ମାନଙ୍କୁ ସୁରକ୍ଷା ଦେଇ ପୋଲିସ ମାନଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଯେଉଁ ମାନେ ରହିଛନ୍ତି ତାଙ୍କୁ ଗିରଫ କରାଯିବ ବୋଲି ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.