Home ଜିଲ୍ଲା ପରିକ୍ରମା ଗୋ ମାତା ମାନବ ଜାତିର ଜନନୀ, ଶ୍ରୀ ଶ୍ରୀ ଗୋପାଳଜୀଉ ଓ ଗିରି ଗୋବର୍ଦ୍ଧନ ଗୋଶାଳାରେ...

ଗୋ ମାତା ମାନବ ଜାତିର ଜନନୀ, ଶ୍ରୀ ଶ୍ରୀ ଗୋପାଳଜୀଉ ଓ ଗିରି ଗୋବର୍ଦ୍ଧନ ଗୋଶାଳାରେ ଗୋଷ୍ଟାଷ୍ଟମୀ

17

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ସର୍ବପୁରାତନ ଶ୍ରୀ ଶ୍ରୀ ଗୋପାଳଜୀଉ ଗୋଶାଳାରେ ପବିତ୍ର ଗୋଷ୍ଟାଷ୍ଟମୀ ଅବସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଗୋମାତାଙ୍କୁ ପୂଜାର୍ଚ୍ଚନା କରି ଖାଦ୍ୟ ଓ ସେବା ଯୋଗାଇଥିଲେ। ସଂସ୍କୃତି ଓ ସଂସ୍କାରର ଏହି ପବିତ୍ର ପରମ୍ପରା ଆମକୁ ଗୋସେବା ହିଁ ସେବାର ସର୍ବୋଚ୍ଚ ରୂପ ଓ ଗୋସୁରକ୍ଷା ହିଁ ଧର୍ମର ଏକ ଜୀବନ୍ତ ପ୍ରତୀକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିଭଳି ଧାମନଗର ବ୍ଲକ ଅସୁରାଳି ଗିରି ଗୋବର୍ଦ୍ଧନ ଗୋଶାଳାରେ ଗୋଷ୍ଟାଷ୍ଟମୀ ଉତ୍ସବ ପାଳନ କରାଯାଇଛି।ପ୍ରାତଃ ସମୟରେ ଶତାଧିକ ଗୋରୁଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା।ଯୁବ ସମାଜସେବୀ ସୂରଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା।ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ସିଡ଼ିଭିଓ ବୃଷଭାନୁ ବେହେରା,ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ବଲ୍ଲଭାଚାର୍ଯ୍ୟ ମହାରାଜ,ବିଭିଓ ଝାଂସିରାଣୀ ତପସ୍ୱୀ,ସରପଂଚ ମିନତୀ ସାହୁ,ସମିତି ସଭ୍ୟା ପାର୍ବତୀ ପ୍ରଧାନ,ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।ସନାତନ ଧର୍ମ ଓ ସଂସ୍କୃତି ଗୋମାତାଙ୍କୁ ସର୍ବଶ୍ରେଷ୍ଠ ମର୍ଯ୍ୟାଦା ଦେଇ ଆସିଥିବା ବେଳେ ଗୋ ମାତା ମାନବ ଜାତିର ଜନନୀ ବୋଲି ଅତିଥିମାନେ ମତଦେଇ ଗୋ ସମ୍ପଦକୁ ସମ୍ମାନ ଏବଂ ସୁରକ୍ଷା ଦେବା ଆମର ନୈତିକତା ବୋଲି କହିଥିଲେ।ଗୋ ସେବା ନିମନ୍ତେ ଦୁର୍ଯ୍ୟୋଧନ ଦାସ,ଧନେଶ୍ୱର ମଳିକ,ରାଜେଶ ସାହୁ,ରାମଚନ୍ଦ୍ର ରାଉତ, ମଦନ ମୋହନ ସାହୁ,ଧନେଶ୍ୱର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା।କନିଷ୍ଠ ଯନ୍ତ୍ରୀ ପ୍ରଭାତ ବେହେରା,ବିଶ୍ୱହିନ୍ଦୁ ପରିଷଦର ପ୍ରାକ୍ତନ ଜିଲ୍ଲା ସଭାପତି ପ୍ରସଙ୍ଗରେ ଷଡଙ୍ଗୀ,ପ୍ରାକ୍ତନ ସମିତି ସଭ୍ୟ ଶ୍ରୀକାନ୍ତ ନାୟକ,ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ,ଇଂ ସନ୍ତୋଷ କୁମାର ସାହୁ,ଅଧ୍ୟାପକ କିଶୋର ପୃଷ୍ଟି,କ୍ଷୀରୋଦ ସ୍ୱାଇଁ,ପ୍ରାକ୍ତନ ସରପଂଚ ରାଜୀବ ନାୟକ,ରଜତ ଲେଙ୍କା,ହୁନୁକ ମଳିକ, ପ୍ରମୁଖ ଯୋଗ ଦେଇଥିଲେ। ପ୍ରାକ୍ତନ ସରପଂଚ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଉତ୍ସବରେ ଶତାଧିକ ପୁରୁଷ ମହିଳା ସାମିଲ ହୋଇଥିଲେ।ଦିବସବ୍ୟାପୀ ନାମ କୀର୍ତନ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.