Home ଓଡ଼ିଶା ଗୋହିରା ଛକ ନିକଟରୁ ଗୁରୁତର ଅବସ୍ଥାରେ ଅଚିହ୍ନା ଯୁବକ ଉଦ୍ଧାର

ଗୋହିରା ଛକ ନିକଟରୁ ଗୁରୁତର ଅବସ୍ଥାରେ ଅଚିହ୍ନା ଯୁବକ ଉଦ୍ଧାର

1384

ବଡ଼ବିଲ, ତା ୨୧ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଗୋହିରା ଛକ ନିକଟରୁ କ୍ଷତାକ୍ତ ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କୁ ଘଷିପୁରା ପୋଲିସ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ଉକ୍ତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିବାର ସୂଚନା ମିଳିଛି। ଘଷିପୁରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ ରାସ୍ତାର ଏକ ପାର୍ଶ୍ବରେ ପଡିଥିବାର ଦେଖିବାକୁ ପାଇଲେ। ସେଠାରୁ ଯୁବକ ଜଣକୁ ଉଦ୍ଧାର କରି ପୋଲିସ ନିଜ ଗାଡ଼ି ଯୋଗେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ପୋଲିସ ଯୁବକଙ୍କ ପରିଚୟ ଖୋଜୁଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.