Home ଜିଲ୍ଲା ପରିକ୍ରମା ଗୋଷ୍ଠୀ ପରିମଳ କେନ୍ଦ୍ର ଅଧପନ୍ତରିଆ

ଗୋଷ୍ଠୀ ପରିମଳ କେନ୍ଦ୍ର ଅଧପନ୍ତରିଆ

89

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଆଗରପଡ଼ା । ଏଥି ସହିତ ବାଲେଶ୍ୱର,କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ହୋଇଥିବାରୁ ପ୍ରତିଦିନ ଏହି ଅଂଚଳ ଦେଇ ବିଭିନ୍ନ ସ୍ଥାନକୁ ଯାନବାହାନ ଚଳାଚଳ କରିଥାଏ । ମାତ୍ର ଏଠାରେ ଆଜିଯାଏ ଗୋଷ୍ଠୀ ପରିମଳ କେନ୍ଦ୍ର ନଥିବାରୁ ବସ ଯାତ୍ରୀ,ଦୋକାନୀଙ୍କ ସମେତ ବଜାରକୁ ଆସୁଥିବା ଲୋକମାନେ ପରିମଳ ପାଇଁ ନାନାଦି ହଇରାଣ ହରକତ ହେଉଥିବାର ପରିଲକ୍ଷିତ ହେଉଛି । ଗତ ୨ବର୍ଷ ତଳେ ଗରୀବ ରୋଜଗାର ଯୋଜନାରେ ୨ଗୋଟି ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏହା ସଂପୂର୍ଣ୍ଣ ହୋଇ ପାରିନଥିବାରୁ ବ୍ୟବହୃତ ହୋଇ ନ ପାରି ନାନା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ଦୂଷିତ ପରିବେଶ ସୃଷ୍ଟି କରୁଛି । ବିଭିନ୍ନ ଗଣମାଧ୍ୟମରେ ଏ ସଂପର୍କରେ ବାରମ୍ବାର ଖବର ପ୍ରକାଶିତ ହେବାପରେ ଆଗରପଡ଼ା ମୁଖ୍ୟ ବଜାରରେ ବିଟିପୁର ଓ ବଡ଼ମହିଁଷଗୋଠ ପଂଚାୟତ ପକ୍ଷରୁ ଏହି ୨ଟି ଗୋଷ୍ଠୀ ପରିମଳ କେନ୍ଦ୍ର ପ୍ରତ୍ୟେକ ୩ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.