Home ଓଡ଼ିଶା ଗୋଶାଳା ସରକାରୀ କୋଭିଡ ଟିଏମ୍ସିରେ ଅନିୟମିତା – ଗୁରୁତର ଅଭିଯୋଗ ଆଣିଲେ ସଂକ୍ରମିତ ଯୁବତୀ

ଗୋଶାଳା ସରକାରୀ କୋଭିଡ ଟିଏମ୍ସିରେ ଅନିୟମିତା – ଗୁରୁତର ଅଭିଯୋଗ ଆଣିଲେ ସଂକ୍ରମିତ ଯୁବତୀ

111

ସମ୍ବଲପୁର ୨୦-୭ (ଓଡ଼ିଆ ପୁଅ/ସରୋଜ ସାହୁ): ବର୍ତ୍ତମାନ ବିଶ୍ବବ୍ୟାପୀ କରୋନା ମହାମାରୀ ଭୟାବହ ରୁପ ଧାରଣ କରିଥିବାବେଳେ, ଆମ ରାଜ୍ୟରେ ମଧ୍ୟ କାୟାବିସ୍ତାର କରି ଚାଲିଛି।ଏନେଇ ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କଟକଣା ଜାରି କରାଯାଇଥିବାବେଳେ, ଅନେକ ସ୍ଥାନରେ ସରକାରୀ ସଂଗରୋଧ କେନ୍ଦ୍ର (ଟିଏମ୍ସି) ଖୋଲାଯାଇଛି।ଏଥିପାଇଁ ଟିଏମ୍ସି ପରିଚାଳନା ପାଇଁ ଅଧିକାରୀ ନିୟୋଜିତ ଥିବାବେଳେ, ପରିଚାଳନା ପାଇଁ କମିଟି ମଧ୍ୟ ଗଠନ କରାଯାଇଛି। ତଥାପି ଟିଏମ୍ସି ପରିଚାଳନାରେ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ପରିଚାଳନାରେ ଅବହେଳା କରାଯାଉଥିବାବେଳେ, ଅନେକ ଅନିୟମିତତା ଦେଖିବାକୁ ମିଳୁଛି। ଯାହାକି ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି।

ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ ଅଧିନସ୍ଥ ଗୋଶାଳା ସଂଗରୋଧ କେନ୍ଦ୍ର (ଟିଏମ୍ସି) ରେ। ଗୋଶାଳା ସଂଗରୋଧ କେନ୍ଦ୍ର (ଟିଏମ୍ସି) ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ।ମିଳିଥିବା ଅଭିଯୋଗ ଅନୁଯାୟୀ ଗତ ୬ ତାରିଖରେ ଦିଲ୍ଲୀରୁ ଫେରନ୍ତା ଉକ୍ତ ୪୩ ବର୍ଷିୟା ଓଡିଆ ପ୍ରବାସୀ ଯୁବତୀଙ୍କୁ ଗୋଶାଳା ଟିଏମ୍ସି ରେ ରଖାଯାଇଥିଲା।ସେହି ସମୟରେ ତାଙ୍କ ସହ ଗୋଟିଏ କୋଠରୀରେ ଅନ୍ୟ ଦୁଇଜଣ ମହିଳା ରହୁଥିବାବେଳେ, ଗତ ୧୧ ତାରିଖରେ ସେମାନଙ୍କର ସ୍ବାବ ପରୀକ୍ଷା ଯାଇଥିଲା। ଗତ ୧୪ ତାରିଖରେ କେହିଜଣେ ନିଜକୁ ଡାକ୍ତର ପରିଚୟ ଦେଇ ଦିଲ୍ଲୀ ଫେରନ୍ତା ଯୁବତୀଙ୍କୁ ତୁମର ସ୍ବାବ ପରୀକ୍ଷାରେ ସାମାନ୍ୟ ଝଲକ ଆସିଛି ଗାଡି ପଠାଯିବ ବୋଲି ସୂଚନା ଦେଇଥିଲେ। ସେହି ସମୟରେ ଏହି ସୂଚନା ଟିଏମ୍ସି ଅଧିକାରୀ, ସ୍ଥାନୀୟ ସରପଞ୍ଚ, ଇଓ, ପୋଲିସ, କାହାରି ପାଖରେ ସୂଚନା ନ ଥିଲା। ଯୁବତୀ ଜଣକ ପାଖରେ କୌଣସି ଲକ୍ଷଣ ନଥିବାବେଳେ, ହଠାତ ଏପରି ଏକ ସୂଚନାକୁ ନେଇ ସେ ବିଚଳିତ ହୋଇଯାଇଥିବାବେଳେ, ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ତାଙ୍କ ଘର ଲୋକଙ୍କୁ ମଧ୍ୟ କୌଣସି ସୂଚନା ଦିଆଯାଇନଥିବା ସେ ଅଭିଯୋଗ ଆଣିଛନ୍ତି।

ଏପରି ଏକସମ୍ବେଦନଶୀଳ ସୂଚନା କାହାରି ପାଖରେ ନ ଥିବାବେଳେ, ପରଦିନ ଅର୍ଥାତ ୧୫ତାରିଖରେ ବିଭିନ୍ନ ଛାପା ଗଣମାଧ୍ୟମରେ ଖବରଟି ପଜିଟିଭ ବୋଲି ପ୍ରସାରିତ ହୋଇଥିଲା। ତାଙ୍କରି ପଜିଟିଭ ବାହାରିଥିବା ସୂଚନା ପରେ ଟିଏମ୍ସିରେ ସ୍ବତନ୍ତ୍ର ବ୍ୟବସ୍ଥା ନହେବା, ଗାଡି ନେବାକୁ ନ ଆସିବା, କାହାରି ପାଖରେ ସୂଚନା ନ ଥିବା ଘଟଣାକୁ ନେଇ ପ୍ରଶାସନର ଦାୟିତ୍ବହୀନତା ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ଉକ୍ତ ଯୁବତୀ।କୋଭିଡ ପଜିଟିଭ ସୂଚନା ଦିଆଯିବାର ୨ ଦିନ ପରେ ଅର୍ଥାତ ୧୬ତାରିଖ ଦିନ ଗାଡିଆସି ନେଇ ଉକ୍ତ ଯୁବତୀଙ୍କୁ ବୁର୍ଲାସ୍ଥିତ କୋଭିଡ କେୟାର ସେଣ୍ଟରେ ଛାଡିଦେଇ ଆସିଛି।ହେଲେ କେୟାର ସେଣ୍ଟରରେ। ବର୍ତ୍ତମାନ ତାଙ୍କରି ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ, ସଂଦେହରେ ତାଙ୍କୁ ରଖାଯାଇଥିବା ଏବଂ ୧୦ ଦିନ ପରେ ଛାଡି ଦିଆଯିବ ବୋଲି କୁହାଯାଉଥିବା ଜଣାପଡିଛି।

ସୂଚନା ଥାଉକି ଗୋଶାଳା ସଂଗରୋଧ କେନ୍ଦ୍ର (ଟିଏମ୍ସି)ରେ ପୂର୍ବରୁ ଅନେକ ସଂଗରୋଧରେ ରହିଆସିଥିବାବେଳେ, ଡିସଚାର୍ଜ ସମୟରେ ସେମାନଙ୍କୁ ସଂଗରୋଧ କେନ୍ଦ୍ରର ପ୍ରମାଣପତ୍ର ସହ ସ୍ବାବ ରିପୋର୍ଟର କାଗଜାଦ ଦେଇ ସ୍ବତନ୍ତ୍ର ଗାଡିରେ ନେଇ ତାଙ୍କ ଘରେ ନେଇ ଛଡାଯାଉଥିଲା।ହେଲେ ଗତ ୧୧ତାରିଖରୁ ଅଦ୍ୟାବଧି ଧନକଉଡା ବ୍ଲକ ଜୋନ ୨ ଅଞ୍ଚଳର କିଛି ବ୍ୟକ୍ତିମାନଙ୍କୁ ବିନା ସ୍ବାବଟେଷ୍ଟ, ବିନା ସଂଗରୋଧ ଗୃହ ପ୍ରମାଣ ପତ୍ରରେ ତୁମେମାନେ ନିଜନିଜ ବ୍ୟବସ୍ଥାରେ ନିଜ ଘରକୁ ଯାଅ କୁହାଯାଇଥିବା ସୂଚନା ମିଳିଛି। ଆଉ ମଧ୍ୟ ନିୟମ ଅନୁଯାୟୀ ସଂଗରୋଧ ଗୃହରେ କାହାରି କୋଭିଡ ପୋଜିଟିଭ ସୂଚନା ମିଳିଲେ ତାଙ୍କୁ ସଂଗେ ସଂଗେ କୋଭିଡ ହସପିଟାଲ ପଠାଯିବାର ବ୍ୟବସ୍ଥା ଥିବେବେଳେ, ଉକ୍ତ ଟିଏମସିକୁ ବିଶୋଧନ କରାଯାଇ କନଟ୍ରାକ୍ଟ ଟ୍ରେସିଂ କରାଯିବା କଥା। କିନ୍ତୁ ଅଦ୍ୟାବଧି କରାଯାଇନାହିଁ। ଯାହାଫଳରେ ଟିଏମସି ପରିଚାଳନା ନେଇ ଅବ୍ୟବସ୍ଥା ପଦାରେ ପଡିଛି।

ଏପରି ସବୁ ଅବ୍ୟବସ୍ଥା ସବୁକୁ ନ ସଜାଡିଲେ ନିଶ୍ଚିତ ଏହାର ପରିଣାମ ଜନସାଧାରଣଙ୍କୁ ଭୋଗିବାକୁ ପଡିପାରେ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି। ଏନେଇ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.