Home ଜଗତସିଂହପୁର ଗୋରେଖନାଥ ଶିକ୍ଷାକେନ୍ଦ୍ରରେ କ୍ୟାରିଅର କାଉନସିଲିଙ୍ଗ

ଗୋରେଖନାଥ ଶିକ୍ଷାକେନ୍ଦ୍ରରେ କ୍ୟାରିଅର କାଉନସିଲିଙ୍ଗ

135

ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : ରଘୁନାଥପୁର ବ୍ଳକର ଛପଡ଼ା ପଂଚାୟତ ଅନ୍ତର୍ଗତ ଜଇପୁର ଛକ ରେ ଥିବା ଗୋରେଖନାଥ କମ୍ପୁଟର କେନ୍ଦ୍ରରେ ଆଜି ମେଧାବୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଗୋରେଖନାଥ ଶିକ୍ଷାକେନ୍ଦ୍ରରେ ପୁର୍ବାହ୍ନ ୧୧ ଟା ସମୟରେ କ୍ୟାରିୟର କାଉନସିଲିଙ୍କ ଅନୁୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ଅଂଚଳର ବହୁ ମେଧାବୀ ଛାତ୍ର ଛାତ୍ରୀମାନେ ଯୋଗ ଦେଇ ନିଜର ଉଜ୍ୱଳ ଭବିଷ୍ୟତକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ଦିଗଦର୍ଶନ ଦିଆଯାଇଥିଲା। ବିଶେଷ କରି ନିଯୁକ୍ତ କ୍ଷେତ୍ରରେ ସଠିକ ନିର୍ଣ୍ଣୟ ନେବା ଦ୍ୱାରା ଚାକିରି ପାଇବାର ସୁଯୋଗ ଦ୍ୱିଗୁଣିତ ହୋଇଥାଏ ବୋଲି କମ୍ପ୍ୟୁଟର କେନ୍ଦ୍ରର ନିର୍ଦ୍ଦେଶକ ଦେବାଶିଷ ଦାଶ କହିଥିଲେ। ଏହି କର୍ମଶାଳରେ ଭୁବନେଶ୍ୱର ବିଶିଷ୍ଟ ଶିକ୍ଷାବିତ ଜ୍ୟୋତିପ୍ରକାଶ ମିଶ୍ର, ଶିକ୍ଷାବିତ ସତ୍ୟପ୍ରକାଶ ମିଶ୍ର, ରଘୁନାଥପୁର ର ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ସାମ୍ବାଦିକ କଲ୍ୟାଣ ସେନ, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ସେମାନଙ୍କର ଭବିଷ୍ୟତ ଗଢିବା ସହିତ ବୈଷୟିକ ଶିକ୍ଷା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସର୍ବଶେଷରେ ଅନୁଷ୍ଠାନର ପରାମର୍ଶ ଦାତା ସାମ୍ବାଦିକ ନିମାଇଁ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.