Home ଜିଲ୍ଲା ପରିକ୍ରମା ଗୋରୁ ମୁଣ୍ଡ ରାସ୍ତା କଡରେ ପକାଇବାକୁ ନେଇ ଉତେଜନା, ପୋଲିସ ନିଜ ଆଡୁ ଅଭିଯୋଗ କଲା

ଗୋରୁ ମୁଣ୍ଡ ରାସ୍ତା କଡରେ ପକାଇବାକୁ ନେଇ ଉତେଜନା, ପୋଲିସ ନିଜ ଆଡୁ ଅଭିଯୋଗ କଲା

20

ଭଦ୍ରକ, ୯ା୬ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ମୁସଲମାନ ଙ୍କ ପର୍ବ ୭ ତାରିଖ ରୁ ଇଦ ଉଲ ଜୁହା ଆରମ୍ଭ ହୋଇ ସୋମବାର ଅର୍ଥାତ ୯ ତାରିଖ ରେ ଶେଷ ହେଉଥିବା ବେଳେ ଏହି ସମୟରେ କିଛି ବଳିଦାନ କରାଯାଏ। ତେବେ ଆଜି ସକାଳେ ଧାମନଗର ବ୍ଲକ ବଜାର ରାସ୍ତା ର ଶାଗର ଭୂୟାଁ ପାର୍କ ନିକଟସ୍ତ ରାସ୍ତା କଡ ରେ ୪ ଟି ଗୋରୁ ର କଟା ମୁଣ୍ଡ ପଡ଼ିଥିବା ନେଇ ହିନ୍ଦୁ ଭାଇ ଙ୍କ ମନରେ ଆଘାତ ହୋଇଥିଲା। ତେବେ କିଛି ସମୟ ପାଇଁ ସେଠାରେ ମୃଦୁ ଉତେଜନା ଦେଖାଦେଇଥିଲା।ଘଟଣା ସ୍ଥଳରେ ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠୀ, ଥାନା ଅଧିକାରୀ ଗୋପାଳ ଜେନା,ସମେତ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ତେବେ ପଡ଼ିଥିବା ଗୋରୁର କଟା ମୁଣ୍ଡକୁ ପୋଲିସ ଜବତ କରିଥିବାବେଳେ ପୋଲିସ ନିଜଆଡୁ ଥାନା ର ଏ ଆସ ଆଇ ଲରେନ୍ସ କୁଜୁରୁ ଙ୍କ ଅଭିଯୋଗ କ୍ରମେ ଥାନାର କେସ ନମ୍ବର ୨୦୮ /୨୫ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ସୁଚନା ଥାଉକି ଉକ୍ତ ପର୍ବ ପାଇଁ ନିକଟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଙ୍କ ସଭାପତିତ୍ୱ ରେ ଶାନ୍ତି କମିଟି ବୈଠକ ରେ ବିଭିନ୍ନ କଥା ଆଲୋଚନା ହୋଇଥିଲା। ଯଦି କିଛି ପଶୁ ଙ୍କୁ କୁର୍ବାନି କରାଯାଏ ତାହା ସଂପୂର୍ଣ୍ଣ ଗୋପନୀୟ ରେ କରାଯିବ ଏବଂ ବର୍ଜ୍ୟ ବସ୍ତୁକୁ ତୁରନ୍ତ ନଷ୍ଟ କରା ଯିବାସହ ପୋତି ଦେବାକୁ ପରାମର୍ଶ ଦିଆଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ନିର୍ଦେଶ ପରେ ଏବଂ ବିଭିନ୍ନ ଛକବସ୍ତିରେ ପୋଲିସ ମୃତାୟନ ଥିବାବେଳେ କେମିତି କଟା ଗୋରୁ ମୁଣ୍ଡ ବାହାରେ ରାସ୍ତା କଡ଼ରେ ପଡିଲା ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି। ଅପର ପକ୍ଷେ ପ୍ରଶାସନ ତରଫରୁ ତାଗିଦୀ ପରେ ଏପରି ଘଟଣା କୁ ବିଭନ୍ନ ମହଲ ରୁ ନିନ୍ଦା କରାଯାଇଛି। ତେବେ ପୋଲିସ ଉକ୍ତ ଘଟଣାରେ ନଜର ରଖିଛି ବୋଲି ଥାନା ଅଧିକାରି ଶ୍ରୀ ଜେନା କହିଚନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.