ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଆରଡ଼ି ଛକ ବ୍ରିଜ ଉପରେ ବେଆଇନ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକପ ଭେନ ଓଲଟିବା ଫଳରେ ଗୋଟିଏ ଗୋରୁ ମୃତ୍ୟୁ ବରଣ କରିଛି।ଅନ୍ୟ ଦୁଇଟି ଗୋରୁକୁ ଉଦ୍ଧାର କରିଛନ୍ତି ଗୋ ରକ୍ଷକ। ଆହତ ଡ୍ରାଇଭରକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।ଘଟଣା ସ୍ଥଳ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା।ସେଠାରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ଘଟଣା ଗ୍ରସ୍ତ ଗାଡି କୁ ସାଇଟ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।







