ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳ ରେ ଏବେ ଗୋରୁ ବେପାରୀ ଙ୍କ ମନ ଇଛା ଚୋରା ବେପାର କରୁଛନ୍ତି । ଦୁଇ ଦିନ ତଳେ ଧାମନଗର ରୁ ଦୁଇ ଟି ପିକପ ରେ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ ପିଛା କରିଥିଲେ ।ହେଲେ ଅସୁରାଳୀ ନିକଟ ରେ ଦୁଇଟି ପିକପ ଦୃଘଟଣାରେ ତିନି ଗୋରୁ ମୃତ ସହ ଜଣେ ଡ୍ରାଇଭର ର ମୃତ୍ୟୁ ହୋଇ ଥିଲା ବେଳେ ସୋମବାର ବିଳମ୍ୱିତ ରାତି ରେ ସେଣ୍ଡପୁର ରାସ୍ତାରେ ଗୋରୁ ବୋଝେଇ ପିକପ ଦୃଘଟଣା ରେ ୧୦ ଗୋରୁ ଉଦ୍ଧାର ହୋଇଛନ୍ତି । ସୁଚନା ଥାଉ କି ସୋମବାର ବିଳମ୍ୱିତ ରାତିରେ ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳ ରୁ ଓଡି ୨୯ ଏ ୬୬୮୬ ପିକପ ରେ ବେଆଇନି ଭାବେ ୧୦ ଟି ଗୋରୁ ଧାମନଗର ଆଡ଼କୁ ନେଉଥିବା ବେଳେ ସେଣ୍ଡପୁର ରାସ୍ତା ରେ ଡ୍ରାଇଭର ଭାରଶ୍ୟାମ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଏହି ସମୟରେ ସ୍ଥାନୀୟ ଲୋକ ମାନେ ପହଂଚି ଗାଡିରେ ଥିବା ଗୋରୁ ଙ୍କ ଆହତ ଅବସ୍ଥା ରେ ଉଦ୍ଧାର କରିଥିଲେ ।ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିଲା ।ଖବର ପାଇ ଧାମନଗର ପୋଲିସ ସକାଳେ ପହଂଚି ପିକପ ଟିକୁ ଥାନା କୁ ନେଇଥିବା ବେଳେ କେସ ନମ୍ବର ୧୪୮/୨୪ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛନ୍ତି ।








