Home Top News ଗୋରୁ ବୋଝେଇ ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା: ୩୦ ରୁ ଉର୍ଦ୍ଧ୍ୱ ଗୋରୁ ମୃତ

ଗୋରୁ ବୋଝେଇ ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା: ୩୦ ରୁ ଉର୍ଦ୍ଧ୍ୱ ଗୋରୁ ମୃତ

44

ବାଲେଶ୍ୱର ୧୮।୦୨ (ଓଡ଼ିଆ ପୁଅ) : ବାଲେଶ୍ୱରରେ ଘଟିଛି ଏକ ଭୟାନକ ସଡ଼କ ଦୁର୍ଘଟଣା। ସୂଚନା ଅନୁଯାୟୀ ପିକ୍‌ଅପ୍‌ ଭ୍ୟାନ୍‌ ସହ ଏକ ଗୋରୁ ବୋଝେଇ ଟ୍ରକ ଧକ୍କା ହେବା ପରେ ଓଲଟି ପଡ଼ିଛି ଗୋରୁ ବୋଝେଇ ଟ୍ରକ। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ।
ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ର ବସ୍ତା ଥାନା ଗାନ୍ଧିଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗୋରୁ ବୋଝେଇ କଣ୍ଟେନର ସହିତ ବୋଲେରୋର ଧକ୍କା। ବଲେରୋରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। କଣ୍ଟେନର ତଳେ କିଛି ଲୋକ ଚାପି ହୋଇ ଥିବା ଅନୁମାନ କରାଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ଅସ୍ପଷ୍ଟ। ସୂଚନା ଅନୁସାରେ ଏକ ଗୋରୁ ବୋଝେଇ କଣ୍ଟେନର ଗାନ୍ଧିଛକ ଠାରେ ସକାଳ ୬ ଟା ସମୟରେ ପଶ୍ଚିମବଙ୍ଗ ପଟକୁ ଯାଉଥିବା ସମୟରେ, ଇଣ୍ଡିଆନ ଅଏଲର ପେଟ୍ରୋଲିଙ୍ଗ ବଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବୋଲେରୋ ଗାଡ଼ିରେ ଥିବା ଦୁଇଜଣ ଗୁରୁତର ହୋଇପଡିଥିବା ବେଳେ ସେମାନଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଅନ୍ୟପଟେ ଗୋରୁ ବୋଝେଇ କଣ୍ଟେନରର ଡ୍ରାଇଭର ହେଲପର ଫେରାର ହୋଇଯାଇଥିବା ବେଳେ ସେଥିରେ ଥିବା ୩ ଜଣ ଲେବର କଣ୍ଟେନର ତଳେ ଚାପିହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ୩୦ ରୁ ଉର୍ଦ୍ଧ୍ବ ଗୋରୁ ମରିଯାଇଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଜୀବିତ ଅଛନ୍ତି। ଘଟଣାସ୍ଥଳରେ ବସ୍ତା ପୋଲିସ, ଫାୟାର ଗାଡି ଓ NH, ଭେଟନାରୀ ଅଧିକାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଏହି ଘଟଣା ପରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଟ୍ୱିଟ କରି ଦୁଃଖ ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଲେଥିଛନ୍ତିଯେ,

“ଏହା ଦୁର୍ଭାଗ୍ୟଜନକ ଯେ, ଓଡିଶାର ବାଲେଶ୍ୱର ଜିଲ୍ଲାର ବସ୍ତା ଗାନ୍ଧୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨୮ଟି ଗୋରୁଙ୍କର ମୃତ୍ୟୁ ଘଟିଛି ଏବଂ ୮ ଗୋରୁ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୋରୁଙ୍କୁ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ସଲଟର ହାଉସ୍‌କୁ ବେଆଇନ ଭାବେ ପରିବହନ କରାଯାଇଥିଲା।

ଆହତ ଗୋରୁମାନଙ୍କ ଚିକିତ୍ସା, ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ଯୋଗାଇବା ସହ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ବାଲେଶ୍ୱର ଏସପି ଏବଂ କଲେକ୍ଟର ଏବଂ ପୋଲିସର ଆଇଜି, ତହସିଲଦାର, ଏସଡିପିଓଙ୍କ ସହ କଥା ହୋଇଛି। ଏହା ସହ ଟ୍ରକ ମାଲିକ, ପରିବହନକାରୀଙ୍କୁ ଗିରଫ କରି ଏହିପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ତାହା ନିଶ୍ଚିତ କରିବାକୁ ଦାବି କରିଛି।

ଗୋ ହତ୍ୟା ଉଦ୍ଦେଶ୍ୟରେ ବେଆଇନ ଭାବେ ଏହି ଗୋ ଚାଲାଣ କରାଯାଉଥିଲା। ଗୋ ହତ୍ୟା କାର୍ଯ୍ୟ, ପଶୁ ନିୟମକୁ ଉଲ୍ଲଂଘନ କରିବା, ପଶୁମାନଙ୍କର ବେଆଇନ୍‌ ଭାବେ ପରିବହନ ଏବଂ ପଶୁ ହତ୍ୟା ବେଆଇନ୍‌ ଅଟେ।

ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ ଶେରଗଡ଼ ଟୋଲ ଗେଟ୍ ରେ ଦାୟିତ୍ୱହୀନତା କାରଣରୁ ଏହା ଘଟିଛି ସେମୋନଙ୍କର ଦାୟୀତ୍ତ୍ୱବୋଧ ସ୍ଥିର କରାଯିବା ଉଚିତ୍, ଯାହା ଏହି ବେଆଇନ ପରିବହନକାରୀଙ୍କୁ ଆଗକୁ ବଢ଼ିବାକୁ ଅନୁମତି ଦେଲା। ବେଆଇନ ଗୋ ହତ୍ୟାକୁ ରୋକିବାରେ ପୋଲିସକୁ ସାହାଯ୍ୟ କରିବାକୁ ସ୍ୱେଚ୍ଛାସେବୀ ଯୋଗାଇବାକୁ ମୋତେ ଅନୁମତି ଦେବାକୁ ମୁଁ ଅନୁରୋଧ କରିଛି।

ଗୋରୁ ଆମର କୃଷି ଏବଂ ଅର୍ଥନୀତିର ମେରୁଦଣ୍ଡ ଅଟେ। ସେମାନଙ୍କ ପ୍ରତି ଅବହେଳା କରିପାରିବୁ ନାହିଁ ଏବଂ ଗୋରୁ ଆମ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ରୋଜଗାରର ଉତ୍ସ ପ୍ରଦାନ କରିପାରିବ।

ମୁଁ ସରକାରଙ୍କୁ ଅପିଲ କରୁଛି ଗୋ ହତ୍ୟା ଘଟଣାର ଆଇନକୁ ସଂଶୋଧନ କରି ଏବଂ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିବା ପାଇଁ ଗୋ ହତ୍ୟା ଏବଂ ବେଆଇନ ପରିବହନରେ ଜଡିତ ଦୋଷୀ ବ୍ୟକ୍ତିଙ୍କ ପାଇଁ ଅନ୍ତତଃ ପକ୍ଷେ ୧୦ ବର୍ଷ କାରାଦଣ୍ଡ ହେବା ଉଚିତ୍

ଏବଂ ମୁଁ ଜନସାଧାରଣଙ୍କୁ ନିବେଦନ କରୁଛି ଯେ ଏହି ବେଆଇନ ପରିବହନ ତଥା ଗୋ ହତ୍ୟାକୁ ବିରୋଧ କରନ୍ତୁ, ଏହାକୁ ରୋକନ୍ତୁ ଏବଂ ଆହତ ଗାଈ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଅନ୍ତୁ ଏବଂ ଖାଦ୍ୟ ଏବଂ ଆଶ୍ରୟ ଦିଅନ୍ତୁ।

ମୁଁ ଆଶା କରୁଛି ଏହି ବେଆଇନଗୋ ହତ୍ୟା ଏବଂ ପରିବହନକୁ ରୋକିବା ପାଇଁ ବାଲେଶ୍ୱର ସାଧାରଣ ଜନତା ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.