ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କୁବେରା ପଂଚାୟତ ମନ୍ଦାରମାଳ ଗ୍ରାମ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝଇ ଗାଡ଼ିକୁ ପୁଲିସ ଜବତ କରିଥିବା ସହିତ ୩ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଗୋରୁଗାଡ଼ିରୁ ୬ଟି ଗୋରୁ ପୁଲିସ ଉଦ୍ଧାର କରି ଅସୁରାଳି ସ୍ଥିତ ଗୋଶାଳାରେ ଛଡ଼ିଥିବା ଜଣାପଡ଼ିଛି। ପୁଲିସ ଏ ସମ୍ପକରେ ୧୩୯/୨୫ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଗାଡ଼ି କୁବେରା ମନ୍ଦରାମାଳ ଦେଇ ଭଦ୍ରକ ଅଭିମୁଖେ ଯାଉଥିଲା। ସ୍ଥାନୀୟ ଅଂଚଳବାସୀ ଗୋରୁଗାଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସଦଳବଳେ ଘଟଣା ସ୍ଥଳରେ ପହଂଚି ଗୋରୁଗାଡ଼ିଟିକୁ ଜବତ କରିଥିଲେ।








