Home ଜିଲ୍ଲା ପରିକ୍ରମା ଗୋରୁ ଗାଡିକୁ ଜାଳିଦେଲେ ଗୋ ରକ୍ଷକ

ଗୋରୁ ଗାଡିକୁ ଜାଳିଦେଲେ ଗୋ ରକ୍ଷକ

16

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗୋରୁ ଉଦ୍ଧାର ପରେ ପିକଅପ୍ ଭ୍ୟାନ୍ କୁ ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ ।ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ଗୋରୁ ଗୁଡିକୁ ବେଆଇନ ଭାବେ ଏକ ପିକଅପ୍ ଭ୍ୟାନ୍ ଯୋଗେ ଚାଲାଣ ହେଉଥିଲା । ଯାଜପୁର ପାଣିକୋଇଲି ଅଂଚଳରୁ ଗାଡିଟି ଆସୁଥିଲା । ତେବେ ଏ ସମ୍ପର୍କରେ ଖବର ପାଇ ଗୋରକ୍ଷକ ମାନେ ଗାଡିଟିକୁ ଅଟକାଇ ଥିଲେ । ପିକଅପ୍ ଭ୍ୟାନ୍ ରୁ ୧୨ ଗୋରୁଙ୍କୁ ଉଦ୍ଧାର କରିଥିଲେ । ଉତ୍ୟକ୍ତ ଲୋକେ ଗାଡିକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର୍ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ଭଦ୍ରକ ଗ୍ରାମାଚଂଳ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଭଦ୍ରକ ଗ୍ରାମାଚଂଳ ଥାନା ଠାରୁ ମାତ୍ର କେଇଶହ ମିଟର ଦୂରରେ ଏଭଳି ଗୋ ଚାଲାଣ ହେଉଥିଲେ ମଧ୍ୟ ପୁଲିସ୍‌ର ଖାମଖିଆଲି ନୀତି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.