Home ଜିଲ୍ଲା ପରିକ୍ରମା ଗୋରାମାଟି ସରପଞ୍ଚଙ୍କୁ ଗିରଫ ଦାବିରେ ବିଜେପି ପ୍ରତିନିଧି ଭେଟିଲେ ଏସପିଙ୍କୁ

ଗୋରାମାଟି ସରପଞ୍ଚଙ୍କୁ ଗିରଫ ଦାବିରେ ବିଜେପି ପ୍ରତିନିଧି ଭେଟିଲେ ଏସପିଙ୍କୁ

63

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋରାମାଟି ସରପଞ୍ଚ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ପଞ୍ଚାୟତ ଅଫିସରେ ଦୁଇ ଭାଇଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭଦ୍ରକ ଏସ୍‌ପିଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଦାବି ଜଣାଇଛନ୍ତି । ଖୁବ୍ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏସପି ଚରଣ ସିଂ ମୀନା ଏହି ପ୍ରତିନିଧି ଦଳଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନ ଦେବାରୁ ସରପଞ୍ଚଙ୍କ ଦ୍ୱାରା ଦୁଇଭାଇଙ୍କୁ ମାଡ ମରାଯିବା ଘଟଣାରେ ଆକ୍ରମଣରେ ଶିକାର ହୋଇଥିବା ପରିବାରକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଣ୍ଟିଆ ତାଙ୍କୁ ନିଜ ଗ୍ରାମରେ ଯାଇ ଭେଟି ଗ୍ରାମବାସୀ ମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ସହିତ ସାବରଙ୍ଗ ଥାନାରେ ଥାନା ଅଧିକାରୀଣୀଙ୍କୁ ଭେଟି ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ଏଥି ପୂର୍ବରୁ ଦୁଇଭାଇ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଶ୍ରୀମତୀ ଖୁଣ୍ଟିଆ ତାଙ୍କୁ ମେଡିକାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆଜି ଶ୍ରୀମତୀ ଖୁଣ୍ଟିଆଙ୍କ ସମେତ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ମଣ୍ଡଳ ସଭାପତି ଉତ୍ତମ ପାତ୍ର,ମାନଗୋବିନ୍ଦ ନାୟକ ପ୍ରମୁଖ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.