Home ଜିଲ୍ଲା ପରିକ୍ରମା ଗୋରାମାଟି ଭିଡିଓ ଭାଇରାଲ ପ୍ରସଙ୍ଗ, ସାବରଙ୍ଗ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ: ଅଭିଯୁକ୍ତ ଗୋରାମାଟି ସରପଞ୍ଚଙ୍କ ପୁତୁରା କୋର୍ଟ...

ଗୋରାମାଟି ଭିଡିଓ ଭାଇରାଲ ପ୍ରସଙ୍ଗ, ସାବରଙ୍ଗ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ: ଅଭିଯୁକ୍ତ ଗୋରାମାଟି ସରପଞ୍ଚଙ୍କ ପୁତୁରା କୋର୍ଟ ଚାଲାଣ

44

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାବରଙ୍ଗ ଥାନା ଅଧୀନସ୍ଥ ଗୋରାମାଟି ପଂଚାୟତରେ ସରପଞ୍ଚ ଚକପୁର ଗ୍ରାମର ବଂଶୀଧର ରଣାଙ୍କ ଏକ ଆବାସ ଯୋଜନାର ପ୍ରଥମ ବିଲ୍ ପ୍ରଦାନ ସମୟରେ ୨ ହଜାର ଟଙ୍କା ଲାଞ୍ଚନେବା ବେଳର ଅଡିଓ ତାଙ୍କ ପୁଅ ଖଗେଶ୍ୱର ଦ୍ୱାରା ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଦୁଇଭାଇ ଖଗେଶ୍ୱର ଓ ପ୍ରହ୍ଲାଦଙ୍କୁ ପଂଚାୟତ କାର୍ଯ୍ୟାଳୟରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସରପଞ୍ଚଙ୍କ ପୁତୁରା ଚିନ୍ମୟ ମଲ୍ଲିକଙ୍କୁ ସାବରଙ୍ଗ ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏଠାରେ ସୂଚନାଯୋଗ୍ୟ ସରପଞ୍ଚଙ୍କ ଇଙ୍ଗିତରେ ଦୁଇଭାଇଙ୍କୁ ପଂଚାୟତ କାର୍ଯ୍ୟାଳୟକୁ ଡକାଇ ମରଣାନ୍ତକ ଆକ୍ରମଣ ପରେ ସେମାନେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମା’ କୁନ୍ତଳା ରଣା ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ଥାନା ପୁଲିସ୍ ପ୍ରଥମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବିଭିନ୍ନ ଗଣମାଧ୍ୟମ ଓ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦର ସ୍ୱର ଉଠିଥିଲା। ଫଳରେ ସାବରଙ୍ଗ ଥାନା ପୁଲିସ୍ ସରପଞ୍ଚ ଗଣେଶ ମଲ୍ଲିକ, ସୁରିଆ ଖୁଣ୍ଟିଆ, ଟୁନା ଜେନା ଓ ସନା ବେହେରା ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରି ସଂଗେ ସଂଗେ ସର୍ତ୍ତମୂଳକ ଜାମିନରେ ଛାଡିଦେଇଥିଲା। ଏଠାରେ ସୂଚନାଯୋଗ୍ୟ ଦୁଇଭାଇଙ୍କୁ ମାଡ ମାରିବା ସହ ସେମାନଙ୍କର ମୋବାଇଲ୍ ଓ ୨୦ ହଜାର ଟଙ୍କା ଅଭିଯୁକ୍ତମାନେ ଛଡାଇ ନେଇଥିବାବେଳେ ଗିରଫ ହେବା ପରେ ଦୁଇଟି ମୋବାଇଲ୍ ପୁଲିସ୍ ମାର୍ଫତରେ ଫେରାଇ ଦେଇଥିଲେ। ତେବେ ଖଗେଶ୍ୱରଙ୍କ ମୋବାଇଲ୍‌ରେ ସରପଞ୍ଚଙ୍କ ବିରୁଦ୍ଧରେ ଥିବା ସମସ୍ତ ଡାଟାକୁ ଉଡାଇ ଦେଇ ମନିଷା ଶୁଭମ ରଣା ଓ ରୋଜି ନାମରେ ଫେକ୍ ଆଇଡି ଖୋଲି ଖଗେଶ୍ୱରର ମୋବାଇଲ୍‌ରୁ ତାର ସାଙ୍ଗ ମନିଷା, ତାର ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଛାଡିଥିଲେ ସରପଞ୍ଚଙ୍କ ପୁତୁରା ଚିନ୍ମୟ ମଲ୍ଲିକ। ଇତିମଧ୍ୟରେ ମା’ କୁନ୍ତଳା ରଣା ୧୩ ତାରିଖରୁ ତାଙ୍କ ପୁଅ ନିଖୋଜ ହୋଇଯାଇଥିବାର ଦର୍ଶାଇ ତୁରନ୍ତ ତାକୁ ଖୋଜି ବାହାର କରିବା ସହ ଅଭିଯୁକ୍ତମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରିଥିଲେ ସାବରଙ୍ଗ ଥାନାରେ। ଏ ନେଇ ସାବରଙ୍ଗ ଥାନା ପୁଲିସ୍ ସେକ୍ସ ଭିଡିଓ ଭାଇରାଲ ପ୍ରସଙ୍ଗରେ ତଦନ୍ତ କରି ସରପଞ୍ଚ ଗଣେଶ ପ୍ରସାଦ ମଲ୍ଲିକଙ୍କ ପୁତୁରା ତଥା କରୁଣାକର ମଲ୍ଲିକଙ୍କ ପୁଅ ଚିନ୍ମୟ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.