Home ଜିଲ୍ଲା ପରିକ୍ରମା ଗୋବିନ୍ଦପୁର ପଂଚାୟତର ସରପଂଚ ସୁବାସ ମହାକୁଡ଼ଙ୍କ ସ୍ମୃତି ସଭା

ଗୋବିନ୍ଦପୁର ପଂଚାୟତର ସରପଂଚ ସୁବାସ ମହାକୁଡ଼ଙ୍କ ସ୍ମୃତି ସଭା

10

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତ ସରପଂଚ ସୁବାସ ମହାକୁଡ଼ ଙ୍କ ବିୟୋଗରେ ଧାମନଗର ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ରବିବାର ସନ୍ଧ୍ୟାରେ ଗୋବିନ୍ଦପୁର ବଜାରରେ ଅନୁଷ୍ଠିତ ହୋଇଛି। ଅସୁରାଳୀ ଜିଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ,ଭଦ୍ରକ ଜିଲା ପରିଷଦ ଉପାଧ୍ୟକ୍ଷା ଟୁନି ବାଳା ବିଶ୍ୱାଳ ଓ ଧୁସୂରୀ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଦଳର ବ୍ଲକ ସଭାପତି ପ୍ରତାପ ସାମଲ,ପୂର୍ବତନ ସଭାପତି ଉମେଶ ମହାନ୍ତି,ବିଜେଡି ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱର୍ଗତ ମହାକୁଡ଼ ବିଜେଡି ଦଳର ଜଣେ ବରିଷ୍ଠ ନେତା ସହିତ ଗୋବିନ୍ଦପୁର ପଞ୍ଚାୟତ ରୁ ଚାରି ଥର ସରପଂଚ ଭାବେ ବିଜୟୀ ହୋଇ ସ୍ଥାନୀୟ ଅଂଚଳର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ଲୋକଙ୍କ ବେଶ ପରିଚିତ ଥିଲେ। ତାଙ୍କର ଏହି ବିୟଗ ରେ ଅପୂରଣୀୟ କ୍ଷତି ହୋଇଛି ବୋଲି ବକ୍ତା ମାନେ କହିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦଳର ବହୁ ନେତା ଓ କର୍ମୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.