ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତର ସରପଂଚ ସୁବାସ ଚନ୍ଦ୍ର ମହାକୁଡ଼ ମଙ୍ଗଳବାର ସଂଧ୍ୟା ରେ ଦେହ ତାଙ୍କର ଅସୁସ୍ଥ ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ସୁବାସ ଗୋବିନ୍ଦ ପୁର ପଂଚାୟତର ଚାରି ଚାରି ଥର ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଅଣ କଂଗ୍ରେସ ରାଜନୀତିରେ ସକ୍ରିୟ ଥିଲେ. ତାଙ୍କର ମୃତ୍ୟୁରେ ଧାମନଗର ବ୍ଲକ ରେ ଏକ ଅପୂରଣୀୟ କ୍ଷତି ଘଟିଛି। ସେ ବିଜୁ ଜନତା ଦଳର ଜଣେ ଦୃଢ ସଂଗଠନ ତଥା ବରିଷ୍ଠ ନେତୃତ୍ୱ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ବିଜେଡି ନେତା ସଂଜୟ ଦାସ,। ଜିଲ୍ଲା ପରିଷଦ ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ।ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ,ପୂର୍ବତନ ସଭାପତି ଉମେଶ ମହାନ୍ତି ,ବିଜେଡି ଯୁବ ସଭାପତି ଭାରତ ବିଜୟ ଦଳାଇ,ବିଜେପି ନେତା ରଘୁ ନାଥ ଲେଙ୍କା ସମେତ ପ୍ରମୁଖ ଲୋକ ଶୋକ ପ୍ରକାଶ କରିଥିଲେ।







