Home ଜିଲ୍ଲା ପରିକ୍ରମା ଗୋପାଳପୁର – ତାଳପଦା ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣ ଯନ୍ତା

ଗୋପାଳପୁର – ତାଳପଦା ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣ ଯନ୍ତା

58

ବାହାନଗା, ୧ା୭(ଭାରତୀ ଦାସ/ ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର- ତାଳପଦା ପୂର୍ତ୍ତ ବିଭାଗ ରାସ୍ତା ପାଳଟିଛି ମରଣ ଯନ୍ତା ଫଳରେ ସେହି ରାସ୍ତାରେ ନିର୍ଭର କରୁଥିବା ପଞ୍ଚାତର ବାସିନ୍ଦା ହଇରାଣ ହରକତ ହେବାର ଦେଖା ଯାଉଛି । ସୂଚନା ଅନୁସାରେ ଏହି ବ୍ଲକର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଗୋପାଳପୁର ବଜାର । ଏହି ବଜାରକୁ ଚାରି ପଟକୁ ରାସ୍ତା ଲମ୍ବିଛି । ଏକ ପୂର୍ତ୍ତ ବିଭାଗ ରାସ୍ତା ଗୋପାଳପୁର ହୋଇ କଲ୍ୟାଣୀ ପଞ୍ଚାୟତ, ନୂଆପୁର ପଞ୍ଚାୟତ ତାଳପଦା ଦେଇ ବରଜ ଦେଉଳି ପର୍ଯ୍ୟନ୍ତ ଲମ୍ବିଛି । କିନ୍ତୁ ଏହି ରାସ୍ତାର ସ୍ଥାନେ ସ୍ଥାନେ ତାଳପଦା ପର୍ଯ୍ୟନ୍ତ ରାସ୍ତାର ମଝିରେ ବଡ଼ ଛୋଟ ଗାତ ହେବା ସହ ରାସ୍ତା ମରଣ ଯନ୍ତା ପାଲଟିଛି । ଫଳରେ ଯାତାୟତ କରୁଥିବା ବାଇକ , ତିନି ଚକିଆ , ମାଲ ପରିବହନ ବଡ଼ ଗାଡ଼ି ବହୁ ହଇରାଣ ହରକତ ହେଉଥିବାର ନଜରକୁ ଆସୁଛି । ପରେବି କରୋନା ମହାମାରୀ ପରେ ଯାତ୍ରୀ ପରିବହନ ଗାଡ଼ି ଚଳାଚଳ କମ ଥିବାରୁ ପଦଚାରୀଙ୍କ ସଂଖ୍ୟା ବଢିଛି । ଫଳରେ ସେମାନେ ବି ଯାତାୟତରେ ଅସୁବିଧା ଭୋଗୁଥିବାର ନଜରକୁ ଆସିଛି । ଅରଳା ବାଙ୍କ ଠାରେ ଏମିତି ଗତ୍ତର୍ତ୍ତ ହୋଇଛି ବହୁ ସମୟରେ ଦୁଇ ଚକିଆ ସେହି ଗର୍ତ୍ତରେ ପଡ଼ିବା ସହ ପଥଚାରୀଙ୍କର ମଧ୍ୟ ସେହି ଗର୍ତ୍ତରେ ପଡ଼ୁଥିବାର ନଜରକୁ ଆସୁଛି । ଫଳରେ ଜନ ଅସନ୍ତୋଷ ହେଉଥିବାର ନଜରକୁ ଆସୁଛି । ଏହି ରାସ୍ତାର ଖୁବ ଶିଘ୍ର ମରାମତି କରି ରାସ୍ତାକୁ ଠିକ କରିବାକୁ ସାଧାରଣରେ ଦାବୀ ହେଉଛି । ନେହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବାକୁ ଏଡ଼େଇ ଦିଆ ଯାଇ ନ ପାରେ । ଏବାବଦରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସନାତନ ନାୟକଙ୍କୁ ଯୋଗା ଯୋଗ କରିବାରୁ ସେ ଯେତ୍ର ପରିଦର୍ଶନ କରି ରାସ୍ତାର ନିରାକରଣ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.