Home ଜିଲ୍ଲା ପରିକ୍ରମା ଗୋପାଳପୁର କ୍ଲଷ୍ଟର୍ ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ

ଗୋପାଳପୁର କ୍ଲଷ୍ଟର୍ ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ

7

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଗୋପାଳପୁର କ୍ଲଷ୍ଟର୍ ଅନ୍ତର୍ଗତ ବିନତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୫-୨୬ର ଅଗଷ୍ଟ ମାସ ନିମନ୍ତେ ଦ୍ୱିତୀୟ କ୍ଲଷ୍ଟର୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ତପନ ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ପନ୍ଦରଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ ଲେଖାଏଁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରତି ଉତ୍ସର୍ଗୀକୃତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବୃତିଗତ ଦକ୍ଷତାର ବିକାଶ ସହ ଶ୍ରେଣୀଗୃହରେ କିପରି ଶିକ୍ଷାଦାନ କରିବେ ଏବଂ ଶିକ୍ଷାର୍ଥୀମାନେ କିପରି ଶିକ୍ଷଣ ଦକ୍ଷତା ହାସଲ କରିବେ ସେ ବିଷୟରେ ସିଆରସିସି ତପନ ସାହୁ ସବିଶେଷ ଆଲୋଚନା କରିଥିଲେ। ବୈଠକର ପ୍ରାରମ୍ଭରେ ପ୍ରଧାନଶିକ୍ଷକ ନିଶାକର ନାଥ ସ୍ୱାଗତ ଓ ସୂଚନା ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ସିଆରସିସି ଶ୍ରୀ ତପନ ସାହୁ ଶିଶୁବାଟିକା ଶ୍ରେଣୀ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତିକା ସଂପର୍କରେ ଆଲୋଚନା କରିଥିଲେ।ତତ୍ପରେ ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର୍ ଓ ପାଠଯୋଜନା ଉପସ୍ଥାପନ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରିବା ସହ ବିଦ୍ୟାଳୟ ପରିଦର୍ଶନ କରି ଟିପ୍ପଣୀ ପ୍ରଦାନ କରିଥିଲେ।ବିଦ୍ୟାଳୟ ବିକାଶ ଯୋଜନା ଓ ବିଦ୍ୟାଳୟର ସୁରକ୍ଷା ଓ ନିରାପତା, ପ୍ରଗତି ବିବରଣୀ ପତ୍ର ଓ ସୁରଭି ସଂପର୍କରେ ଆଲୋଚନା କରିବା ସହ ଗଣିତ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଭବିଷ୍ୟତ କାର୍ଯ୍ୟପନ୍ଥା ଅବଲମ୍ବନ ଆଧାରରେ ପ୍ରଧାନଶିକ୍ଷକମାନେ ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରଧାନଶିକ୍ଷକ ଅନିଲ୍ ମିଶ୍ର,ମାଧବାନନ୍ଦ ଓଝା, ନିଶାକର ନାଥ,ନିରୁପମା ମହାନ୍ତି,ସାବିତ୍ରୀ ପାଣିଗ୍ରାହୀ,ବୀଣାପାଣୀ ଦ୍ୱିବେଦୀ, ଭାଗ୍ୟଶ୍ରୀ ପୃଷ୍ଟି,ବିଚିତ୍ର ପାତ୍ର,ସୂର୍ଯ୍ୟକାନ୍ତ ସେଠୀ,ମାୟାଧର ସାହୁ,ସୁରଥ ନାୟକ,ଗଂଗାଧର ସେଠୀ,ମନସ୍ୱିନୀ ପାଣି,ମାନସୀ ନନ୍ଦ,ବିରେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.