Home ଜିଲ୍ଲା ପରିକ୍ରମା ଗୋପବନ୍ଧୁ ସେବକ ସେନାର ଲୋଗୋ ଉନ୍ମୋଚନ

ଗୋପବନ୍ଧୁ ସେବକ ସେନାର ଲୋଗୋ ଉନ୍ମୋଚନ

22
module: n; hw-remosaic: 0; touch: (-1.0, -1.0); modeInfo: ; sceneMode: Night; cct_value: 0; AI_Scene: (-1, -1); aec_lux: 291.95526; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି଼ ବ୍ଲକର ସମାଜସେବୀ ରାଜୀବ କୁମାର ନାୟକ ଦୀର୍ଘ ୧୨ ବର୍ଷ ଧରି ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଛନ୍ତି। ସେ ଗୋପବନ୍ଧୁଙ୍କ ନାମରେ ଏକ ସଂଗଠନ କରି ସେବା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ସେବକ ସେନା ସଂଗଠନର ଲୋଗ ଉନ୍ମୋଚିତ ହୋଇଯାଇଛି। ଗୋପବନ୍ଧୁଙ୍କ ନାମରେ ସଂଗଠନକୁ ନବ କଳେବର କରି ନୂତନ ଲୋଗୋ ଓ ପୋଷାକ ଉନ୍ମୋଚନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ସୈନିକ ସ୍କୁଲ ପରିସରରେ ସେବକ ସେନାର ସଭାପତି ରାଜୀବ କୁମାର ନାୟକଙ୍କ ସଭାପତିତ୍ୱ ଓ ତିହିଡ଼ି ଯୁବମଞ୍ଚର ସଭାପତି କୈଳାସ ବେହେରାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜୀବନ ଜ୍ୟୋତି ସଂଗଠନର ପ୍ରତିଷ୍ଠାତା ଜ୍ୟୋତିର୍ମୟ ପାଣ୍ଡବ, ବରେଣ୍ୟ ଅତିଥି ଭାବେ ଇଣ୍ଡିଆନ ୱାରିୟର୍ସର ସତ୍ୟରଂଜନ ସାବତ, ସାହାଡ଼ାଶୁଣୀ ସେବ ଟ୍ରଷ୍ଟର ଉମାକାନ୍ତ ସାହୁ, ସେବକ ସେନାର ଉପଦେଷ୍ଟା ବସନ୍ତ କୁମାର ଦାସ, କର୍ମକର୍ତ୍ତା ଅଭିରାମ ଦାସ ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ସେବକ ସେନା ସେବା କାର୍ଯ୍ୟ ପୂର୍ବରୁ ଯେମତି କରି ଆସୁଥିଲା ସେମିତି କରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଭାତ କୁମାର ରାଉଳ, ବିଭୂତି ଭୂଷଣ ଗ୍ରହାଚାର୍ଯ, ସଂଜୀତ କୁମାର ବଳ, ସମାଜସେବୀ ନିରଂଜନ ବାରିକ, ହରିହର ମଳିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ସେବକସେନାର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ସଭାପତି ଭାବେ ରାଜୀବ କୁମାର ନାୟକ, ଉପସଭାପତି ଅଭିରାମ ଦାସ, ସମ୍ପାଦକ ଅଶୋକ କୁମାର ନାୟକ, ସହସମ୍ପାଦକ ବୀରେନ କୁମାର ସେନାପତି, କୋଷାଧ୍ୟକ୍ଷ ସେକ୍ ଲିଆକତ, ସାମାଜିକ ଗଣମାଧ୍ୟମ ସଂଯୋଜକ ପ୍ରୀତିଶ କୁମାର ତ୍ରିପାଠୀ, ଉପଦେଷ୍ଟା ବସନ୍ତ କୁମାର ଦାସ, କ୍ଷୀରସିନ୍ଧୁ ସାବତ, ରାମଚନ୍ଦ୍ର ନାୟକ, ରବିଶଂକର ଦାସ, ରାଜେଶ କୁମାର ସେଠୀ, ହରିହର ମଳିକ, ମଧୁସୂଦନ ପାଢ଼ୀ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ତିହିଡ଼ି ବ୍ଲକର ବହୁ ସମାଜସେବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.