ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୮ ଘଟିକା ୩୦ ମିନିଟ ସମୟରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ, ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ ଏବଂ ଡାହାଣୀଗଢ଼ିଆ ସ୍ଥିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ “ଜନ ସମ୍ପର୍କ ପଦଯାତ୍ରା” ର ଶୁଭାରମ୍ଭ କରାଯାଇଛି ।ଜନତା ଦଳ ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଟାଉନ୍ ସଭାପତି ଏମଡି ଜକାଉଲ୍ଲା, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୫ ର ପାରିଷଦ ଦିଲ୍ଲୀପ ନାୟକ, ୱାର୍ଡ ନମ୍ବର ୧୦ ପାରିଷଦ ଙ୍କ ପ୍ରତିନିଧି ପଙ୍କଜ ବଳ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।








