Home ଜିଲ୍ଲା ପରିକ୍ରମା ଗୋଦାମ ଗୃହ ନିର୍ମାଣକୁ ନେଇ ବିବାଦ, ବସନ୍ତିଆ ସୋସାଇଟିରେ ତାଲା

ଗୋଦାମ ଗୃହ ନିର୍ମାଣକୁ ନେଇ ବିବାଦ, ବସନ୍ତିଆ ସୋସାଇଟିରେ ତାଲା

13

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ବସନ୍ତିଆ ସେବା ସମବାୟ ସମିତି ଆଜକୁ ୬୦ ବର୍ଷ ଧରି ମୁଖ୍ୟ ବଜାର ନିକଟରେ କାର୍ଯ୍ୟ କରୁଛି । ଏଠାରେ ନୂତନ ଭାବେ ଗୋଦାମ ଗୃହ କରିବା ପାଇଁ ଆଜକୁ ୮ ମାସ ହେବ ପରିତ୍ୟକ୍ତ ଗୃହକୁ ଭଙ୍ଗାଯାଇଛି । ଏହି ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଉକ୍ତ ସେବା ସମବାୟ ସମିତି ବସନ୍ତିଆ, ରାମଚନ୍ଦ୍ରପୁର ଏବଂ ଆଡିଆ ଗ୍ରାମପଂଚାୟତର ଆଶିଂକ ସମିତି ଅଧିନରେ ରହିଅଛି । ତେଣୁ ସମିତିର କେନ୍ଦ୍ର ସ୍ଥଳରେ ଅର୍ଥାତ୍ ବସନ୍ତିଆ ସମିତି କାର୍ଯ୍ୟାଳୟ ଠାରେ ଗୋଦମ ଗୃହ ନିର୍ମାଣ ପାଇଁ ବୋର୍ଡ ସଭ୍ୟ ସମେତ ପଞ୍ଚାୟତର ଅଧିକାଶଂ ୱାର୍ଡର ଅଗ୍ରଣୀ ଚାଷୀ ମାନେ ଚାହୁଁଛନ୍ତି । ତେବେ ସମିତିର ସଭାପତି ଓ ସମ୍ପାଦକ ଚଚଂକତା ପୂର୍ବକ ଏଠାରୁ ୫ କି.ମି. ଦୂର ବରକୋଣା ଠାରେ ଏହି ଗୋଦାମ ଗୃହ କରିବାର ମସୁଧା ଚଳାଇଥିବା ଜଣା ପଡିବା ପରେ ବୋର୍ଡ ସଭ୍ୟ ସମିତି ଗୃହରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ତାଲା ପଡିବା ଫଳରେ ବର୍ତମାନ ଏଠାକୁ ଆସୁଥିବା ଚାଷୀ ମାନେ ଜାବତୀୟ କାର୍ଯ୍ୟ କରି ନପାରି ହଇରାଣ ହରକତ ହେବା ସହ ସାର, ବିଷ ଆଦି ନପାଇ ନିରାଶରେ ଫେରୁଛନ୍ତି । ଅନ୍ୟ ପକ୍ଷରେ ବରକୋଣାରେ ଗୋଦାମ ଗୃହ ନେଇ କୌଣସି ବୈଠକ ହୋଇ ନାହିଁ କିମ୍ବା ସିଦ୍ଧାନ୍ତ ଗ୍ରହଣ କରାଯାଇନାହିଁ ବୋଲି ବୋର୍ଡ ସଭ୍ୟ ରଜତ ମୈକାପ,ଆନନ୍ଦଚନ୍ଦ୍ର ଓଝା, ସତ୍ୟବ୍ରତ ସାହୁ,ନିରଞ୍ଜନ ମଲ୍ଲିକ୍ ଶୁସିଲ ମୈକାପ,ବିଶ୍ୱରଞ୍ଜନ ପାଇକରାୟ ପ୍ରମୁଖ ସମ୍ପାଦକଙ୍କୁ ଲିଖିତ ଭାବେ ଜଣାଇ ମୂଳ ସ୍ଥାନରେ ଗୋଦମ ଗୃହ ନିର୍ମାଣର ଦୃଢ ଦାବି ରଖିଛନ୍ତି । ପ୍ରକାଶ ଯେ ବରୋକଣା ଠାରେ ଗୋଦମ ଗୃହ ହେଲେ ବିଶେଷକରି ସିଲନ୍ଦି, ବସନ୍ତିଆ ଓ ମନୋହରପୁର ଅଞ୍ଚଳର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.