Home ଜିଲ୍ଲା ପରିକ୍ରମା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ଅନ୍ତର୍ଭୂକ୍ତ ହେଲା ଜାଗୁଳାଇ ନୋଡାଲ ଉପ୍ରା ବିଦ୍ୟାଳୟ

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ଅନ୍ତର୍ଭୂକ୍ତ ହେଲା ଜାଗୁଳାଇ ନୋଡାଲ ଉପ୍ରା ବିଦ୍ୟାଳୟ

14

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ଗ୍ରାମରେ ଥିବା ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ଅନ୍ତର୍ଭୂକ୍ତ କରଯାଇଛି। ଏନେଇ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସେଠୀଙ୍କ ସଂଚାଳନାରେ ସ୍କୁଲ ପରିସରରେ ଅଂଚଳ ବାସୀଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଧାମନଗର ବ୍ଲକର ଏକ ମାତ୍ର ଏହି ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଅର୍ନ୍ତଭୁକ୍ତ କରାଯାଇଥିବାରୁ ଗ୍ରମଲୋକଙ୍କ ତରଫରୁ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଧନ୍ୟବାଦ ଦେଇଥିଲେ। ତାହା ସହ ଆସନ୍ତା ୧୨ ତାରିଖ ମନ୍ତ୍ରୀଙ୍କ ଦ୍ୱାରା ଏହି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ଫଳକ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏଣୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗସ୍ତର ସୁଫଳ ରୂପାୟନ ନେଇ ବୈଠକରେ ଆଲୋଚନ କରାଯାଇଥିଲା। ଏଥିରେ ମନ୍ତ୍ରୀଙ୍କ ଏନଏସିର ପ୍ରତିନିଧି କୈଳାଶ ମହାପାତ୍ର, ସ୍ଥାନୀୟ ସରପଂଚ ପ୍ରିତମ ଦାସ, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ, କଲ୍ୟାଣୀର ପୂର୍ବତନ ସରପଂଚ ଦିପ୍ତିରଞ୍ଜନ ଜେନା, ସମାଜସେବୀ ବୁନୁ ବାରିକ୍‌, ମୁରଲୀଧର ସାହୁ, ନିରଞ୍ଜନ ପଣ୍ଡା, ଅଶୋକ ବାରିକ୍‌, କାଠିଆ ଦାସ, କାଳନ୍ଦୀ ମହାନ୍ତି, ବାବୁ ପାଢ଼ୀ, ନାରାୟଣ ସାହୁ, ବାବାଜୀ ସାହୁ ସମେତ ଶିକ୍ଷକ ରବୀନ୍ଦ୍ର ସେଠୀ, ଅରୁଣ ରାଉତ୍ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଇବା ନେଇ ଆଲୋଚନା କରିବା ସହ ନୂତନ କମିଟି ଗଠନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.