ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ଥାନା , ପୁରୁଣା ବଜାର ଥାନା ଓ ଗ୍ରାମାଂଚଳ ଥାନା ଅଧୀନ ଅଂଚଳ ରେ ସିଟି ଡିଏସପି ସମ୍ବିତ ମାଝୀ ଙ୍କ ନେତୃତ୍ୱ ରେ ଜୋରଦାର ଚଢ଼ାଉ କରାଯାଇଛି । ତେବେ ବିଗତ ସପ୍ତାହ ରେ ପୋଲିସ ଚୋରା କୋଇଲା , ବ୍ରାଉନ ଶୁଗାର , ବେଆଇନ ଗୋଚାଲାଣ ଉପରେ ଆକ୍ସନ ନେଉଛି ପୋଲିସ । ତେବେ ଗୋଟିଏ ସପ୍ତାହ ରେ ଭଦ୍ରକ ପୋଲିସ ଚୋରା କୋଇଲା ଚାଲାଣ ଉପରେ ନଜର ରଖିବା ସହ ବିଭିନ୍ନ ଅଂଚଳ ରେ ଚଢ଼ାଉ କରି ୫ ଟି ଚୋରା କୋଇଲା ବୋଝେଇ ଟ୍ରକ୍ , ୨ ଟି ପୀକଅପ୍ ଜବତ୍ କରିବା ଶାଗ ୪ ଟି ମାମଲା ରୁଜୁ କରିଛି । ସମାନ ଭାବେ ୩ ଦିନ ରେ ୫ ବେଆଇନ ଗୋରୁ ଗାଡ଼ି ଜବତ୍ ସହ ୪୫ ରୁ ଅଧିକ ଗୋମାତା ଙ୍କୁ ଉଦ୍ଧାର କରାଯାଇଛି । ସହର ରେ ୫ ଟି ବ୍ରାଉନ ସୁଗର୍ କେସ ଥାନା ସହ ୫ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଭଦ୍ରକ ପୋଲିସ ସବୁ ବେଳେ ଭଦ୍ରକ ବାସି ଙ୍କ ସୁରକ୍ଷା ପାଇଁ ରହିଛନ୍ତି ଓ ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାର୍ଯ୍ୟରତ ଅଛି । ତେବେ ବେଆଇନ ଓ ଚୋରା କୋଇଲା , ଜର୍ଦ୍ଦା ଓ ବ୍ରାଉନ ଶୁଗର ଚାଲାଣ ଉପରେ ପୋଲିସ ଚଢ଼ାଉ ଜାରି ରଖିବ ବୋଲି ସିଟି ଡିଏସପି କହିଚନ୍ତି ତାଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।








