Home କେନ୍ଦୁଝର ଗୋଟିଏ ରାତିରେ ଶାଳଣିଆଁ ବଜାରର ୪ଟି ଦୋକାନରୁ ଚୋରୀ

ଗୋଟିଏ ରାତିରେ ଶାଳଣିଆଁ ବଜାରର ୪ଟି ଦୋକାନରୁ ଚୋରୀ

147

ହାଟଡ଼ିହି, ୧୮ । ୬ : ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ବଜାରର ୪ଟି ଦେକାନରୁ ଗତକାଲି ରାତିରେ ଚୋରୀ ହୋଇଥିବା ଜଣାଯାଇଛି । ବଜାରରେ ମିଠା ଦୋକାନ କରିଥିବା ଶରତ ବେହେରାଙ୍କ ଚାଳଘରର ଚାଳ ଛପର କଣାକରି ଚୋରମାନେ ଦୋକାନ ଭିତରେ ପସି ମିଠାସବୁ ନେଇଯାଇଥିବାବେଳେ ଅଳ୍ପ କିଛି କୁଚୁରା ପଇସା ନେଇଥିଲେ । ସେହିପରି ଅଶୋକ ଶଙ୍ଖୁଆଙ୍କ ଫଳ ଦୋକାନର କବାଟ ଭାଙ୍ଗି ଦେ।।ନ ଭିତରୁ ବହୁ ପରିମାଣର ଆମ୍ବ, ସପୁରୀ, ଅଣ୍ଡା ଏୁଟି ନେଇଥିବାବେଳେ ଏକ ଲାଇଟ ଓ ନଗଦ ଅର୍ଥ ଲୁଟି ନେଇଥିଲେ । ସେହିପରି ସୁବାସ ରଣା ଓ ଗଣେଶ ରଣାଙ୍କ ପରିବା ଦୋକାନ ଭିତରେ ପସି କିଛି ଟଙ୍କା ଲୁଟିଥିବା ଜଣାପଡିଛି । ଆଜି ସକାଳୁ ମାର୍କେଟ ଖୋଲିବାପରେ ଏପରି ଲୁଟ ସମ୍ପର୍କରେ ଜଣାପଡିଥିଲା । ବିଶେଷକିଛି ଧନ ସମ୍ପତ୍ତି ଲୁଟ ହୋଇନଥିବାରୁ ଏନେଇ କେହି ପୁଲିସରେ ଅଭିଯୋଗ କରିନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.