Home ଓଡ଼ିଶା ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି...

ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି ପୋଲିସ

76

ବଲାଙ୍ଗୀର, ୧୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ବ୍ରହ୍ମପୁରାର ସଅଁରା ପଡ଼ା ଅଞ୍ଚଳରେ ଗୋଟିଏ ଘରୁ ୬ ଜଣ ଙ୍କ ମୃତ ଦେହ ଗତ ବୁଧବାର ଉଦ୍ଧାର କରାଯାଇଥିଲା। ରହସ୍ୟ ଜନକ ଭାବରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟଣା ଜଣାପଡିବା ପରେ ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଟାଙ୍ଗିଆ ଓ ଫାର୍ସା ବ୍ୟବହାର କରି ନିର୍ମମ ହତ୍ୟା କରାଯାଇ ସମସ୍ତ ଶବକୁ କମ୍ବଳ ଘୋଡେଇ ଦିଆଯାଇଥିଲା। ଏଥିରେ ଛୋଟ ଶିଶୁଙ୍କୁ ବି ବାଦ ଦିଆଯାଇ ନ ଥିଲା। ପାଟଣାଗଡ଼ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ସିଦ୍ଧ ଜାନି (୨୦) ଆଉ ପ୍ରତାପ ଜାନି (୧୮) ନାମକ ଦୁଇ ଜଣ ଯୁବକଙ୍କୁ ଥାନାରେ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମୃତକ ଦୁବୁ ଜାନିଙ୍କ ୮ ଟି ପୁଅ ଓ ୨ ଝିଅ ଥିବାବେଳେ ୩ ପୁଅ ସରୋଜ, ବିକାଶ ଓ ଫିରୋଜ ଏହି ଘଟଣାରୁ ବଞ୍ଚି ଯାଇଛନ୍ତି। ଏଇ ତିନି ଜଣ ଭୁବନେଶ୍ବର ବସଷ୍ଟାଣ୍ଡରେ ଫେରିବାଲା ଭାବେ କାମ କରୁଛନ୍ତି। ଆଜି ଏମାନେ ପାଟଣାଗଡ଼ରେ ପହଞ୍ଚିଛନ୍ତି। ଏଇ ହତ୍ୟା ପଛରେ ୭ ରୁ ୮ ଜଣ ଙ୍କ ହାତ ଥିବା ସେମାନେ କହିଛନ୍ତି। ବର୍ତ୍ତମାନ ଏମାଙ୍କ ର ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ମୃତକଙ୍କ ୩ ପୁଅ କହିଛନ୍ତି। ତେବେ ଘଟଣା ର ପ୍ରକୃତ କାରଣ କଣ ସେ ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ଦେଇପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.