Home ଓଡ଼ିଶା ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ

ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ

122

ସୋନପୁର, ୨୩-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ), ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଥାନା ଅଞ୍ଚଳରେ ଟ୍ରିପଲ ମର୍ଡର। ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବାପା, ମା’ ଓ ୨୫ ବର୍ଷ ବୟସ୍କ ପୁଅକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ବାପା ଗୁଲୁ ଭୋଇ, ମା’ ବୈଦେହୀ ଭୋଇ ଓ ପୁଅ ଶିବ ଭୋଇ। ଘର ଭିତରେ ଗୁଲୁ ଓ ବୈଦେହୀଙ୍କ ମୃତଦେହ ପଡିରହିଥିଲା। ଘର ବାହାରେ ପୁଅ ଶିବର ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ମୃତଦେହ ଉଦ୍ଧାର କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସ୍ଥାନୀୟ ମେଡିକାଲକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ କିଏ ଓ କାହିଁକି ପରିବାରର ବାପା, ମା’ ଓ ପୁଅକୁ ହତ୍ୟା କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.