Home Coronavirus Outbreak ଗୋଟିଏ ଦିନରେ ବଲାଙ୍ଗୀର ଜିଲ୍ଲାରେ ୭ କରୋନା ଆକ୍ରାନ୍ତ ଚିହ୍ନଟ – ଜିଲ୍ଲାରେ ୧୬ ଆକ୍ରାନ୍ତ

ଗୋଟିଏ ଦିନରେ ବଲାଙ୍ଗୀର ଜିଲ୍ଲାରେ ୭ କରୋନା ଆକ୍ରାନ୍ତ ଚିହ୍ନଟ – ଜିଲ୍ଲାରେ ୧୬ ଆକ୍ରାନ୍ତ

460

ବଲାଙ୍ଗୀର ୨୪-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ଦିନରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୭ ଜଣ ଆକ୍ରାନ୍ତ ଙ୍କୁ ମିସାଇ ସଂକ୍ରମିତ ଙ୍କ ସଂଖ୍ୟା୧୬ ରେ ପହଁଚିଛି। ୧୪ ଜଣ ବର୍ତ୍ତମାନ ଆକ୍ଟିଭ ରହିଥିବା ବେଳେ ୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ସୂଚନାଯୋଗ୍ୟଯେ, ଲୋଇସିଂହା ବ୍ଲକର ବୁଢ଼ୀପଦର ଗ୍ରାମ ପଞ୍ଚାୟତରୁ ଜଣେ,ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରୁ ଜଣେ, ଆଗଲପୁର ବ୍ଲକ ଇସାଗ୍ରାମ ପଞ୍ଚାୟତରୁ ଜଣେ, ଆଗଲପୁର ବ୍ଲକ ଭରସୁଜାଗ୍ରାମ ପଞ୍ଚାୟତରୁ ଜଣେ, ସଇଁତଲା ବ୍ଲକ ସିସକେଲା ଗ୍ରାମ ପଞ୍ଚାୟତରୁ ଦୁଇ ଜଣ, ଓ ମୁରିବାହାଲ ବ୍ଲକ ପତ୍ର।ପାଲି ଗ୍ରାମ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ଆଗାମୀ ଦିନରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.