ନୂଆଦିଲ୍ଲୀ: କେରଳରେ ଗୋଟିଏ ଦିନରେ ଜନ୍ମ ହୋଇଥିବା ୪ ଭଉଣୀ ଏବଂ ଜଣେ ଭାଇଙ୍କ ମଧ୍ୟରୁ ୪ ଭଉଣୀ ଗୋଟିଏ ଦିନରେ ବିବାହ ହେବ।୨୬, ଏପ୍ରିଲ ୨୦୨୦ ଗୁରୁବାୟୁର ଅଞ୍ଚଳରେ ଥିବା ଏକ ଶ୍ରୀକୃଷ୍ଣ ମନ୍ଦିରରେ ୪ ଭଉଣୀଙ୍କର ଏକକାଳୀନ ବିବାହ ହେବ।୧୮ ନଭେମ୍ବର ୧୯୯୫ ମସିହାରେ ୪ ଭଉଣୀ ଉଥରାଜା, ଉଥାରା, ଉଥମ୍ମା, ଉଥରା ଏବଂ ଭାଇ ଉଥରାଜନଙ୍କର ଜନ୍ମ ହୋଇଥିଲା।ପୁଅ ଆଉ କିଛି ଆଗକୁ ବଢ଼ିବାର ଅଛି, ତେଣୁ ତା’ର ବିବାହ କିଛି ବିଳମ୍ବ ହେବ ବୋଲି କହିଛନ୍ତି ସେମାନଙ୍କ ମା’।-ଦେବଦତ୍ତ ରଥ