Home ଜିଲ୍ଲା ପରିକ୍ରମା ଗୋଟିଏ ଥାନାରେ ୯ ବର୍ଷରୁ ଅଧିକ ପୋଲିସ ବାବୁ, ଖବର ପ୍ରସାରଣକୁ ୧୩ ଦିନ ବିତିଲା,...

ଗୋଟିଏ ଥାନାରେ ୯ ବର୍ଷରୁ ଅଧିକ ପୋଲିସ ବାବୁ, ଖବର ପ୍ରସାରଣକୁ ୧୩ ଦିନ ବିତିଲା, ରାଜ୍ୟ ପୋଲିସ ବିଭାଗ ଏକ୍ସ ମନ୍ତବ୍ୟ ରେ ସୀମିତ, ଗୃହ ବିଭାଗ ଏକ୍ସ ପରାମର୍ଶକୁ ମାନୁ ନାହାନ୍ତି ଉଚ୍ଚପଦସ୍ଥ ପୋଲିସ ଅଧିକାରୀ

15

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ଗୋଟିଏ ଥାନାରେ ଗତ ୯ ବର୍ଷ ଧରି ଏକେ ପୋଲିସ କର୍ମଚାରୀ କାର୍ଯ୍ୟରତ ରହିବା ନେଇ ଖବର ପ୍ରସାରଣ ନେଇ ଆଜକୁ ୧୩ ଦିନ ବିତିଯାଇ ଥିଲେ ମଧ୍ୟ ପ୍ରଶାସନୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ। ଏହି ଘଟଣା ନେଇ ଜନମାଧ୍ୟମ ଓ ସାଧାରଣ ମଧ୍ୟରେ ପ୍ରଶ୍ନ ଉଠିଛି ଯେ, ଗୃହ ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିବା “ତିନି ବର୍ଷରୁ ଅଧିକ ସେବା ଗୋଟିଏ ଥାନାରେ ନ ହେବ” ନୀତିକୁ କାହିଁକି ଅବହେଳା କରାଯାଉଛି।ପୂର୍ବ ସୂଚନା ମୁତାବକ ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ ଅତୁଲୁ ଟୁଡୁ ନାମକ ଜଣେ ହାବିଲଦାର ଆଜକୁ ୯ବର୍ଷରୁ ଅଧିକ ଦିନ ହେବ କାର୍ଯ୍ୟରତ ଥିବା ନେଇ ନ୍ୟୁଜରେ ୧୦ତାରିଖ ରେ ଖବର ପ୍ରକାଶ ପାଇ ଥିଲା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଗୃହ ବିଭାଗ, ଓଡିଶା ପୋଲିସ ମହା ନିର୍ଦେଶକ,ରାଜ୍ୟ ପୋଲିସ ବିଭାଗ, ବାଲେଶ୍ୱର ଆଇଜି, ଭଦ୍ରକ ପୋଲିସ ଆରକ୍ଷୀ ଙ୍କୁ ଏକ୍ସ ମାଧ୍ୟ୍ୟମରେ ଅବଗତ କରାଯଇଥିଲା, ଗୃହ ବିଭାଗ ତଦନ୍ତ ଭାର, ଓଡିଶା ପୋଲିସ ମହା ନିର୍ଦେଶକ ଙ୍କୁ ଦେଇଥିବା ବେଳେ ଓଡିଶା ପୋଲିସ ବିଭାଗ ବାଲେଶ୍ୱର ଆଇଜି ଏବଂ ଭଦ୍ରକ ଏସପି ଙ୍କୁ ତଦନ୍ତ ଭାର ଏକ୍ସ ରେ ଦେଇ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଏଠି ପ୍ରଶ୍ନ ରାଜ୍ୟ ପୋଲିସ ବିଭାଗ କଣ ଖାଲି ଏକ୍ସ ଲେଖାରେ ସୀମିତ କି! ରାଜ୍ୟ ପୋଲିସର ଏକ୍ସ ବିଭାଗ ଏହି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ନକରି , ଖାଲି ଏକ୍ସ ଲେଖାରେ ସୀମିତ ହୋଇ ରହିଛି। ଫଳରେ ଦୀର୍ଘ ଦିନ ଧରି ଏକେ ଥାନାରେ ରହୁଥିବା କର୍ମଚାରୀଙ୍କ ବିଷୟରେ ସଠିକ ନିଷ୍ପତି ହୋଇପାରିନାହିଁ। ଗୃହ ବିଭାଗର ପରାମର୍ଶ ଅନୁଯାୟୀ ସେହି ଅଧିକାରୀଙ୍କୁ ଅନ୍ୟ ଥାନାକୁ ସ୍ଥାନାନ୍ତର କରିବା ପାଇଁ ଏକ୍ସ ରେ ଲେଖିଥିଲେ ମଧ୍ୟ୍ୟ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଏହାକୁ ମାନିନାହାନ୍ତି। ଏହାରେ ଅଭିଯୋଗ ଉଠିଛି ଯେ ପ୍ରଭାବ ଓ ସ୍ୱାର୍ଥ ଦୃଷ୍ଟିରୁ ସେହି କର୍ମଚାରୀଙ୍କୁ ସୁରକ୍ଷା ଦିଆଯାଉଛି। ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକଙ୍କ ଦାବି, ତଦନ୍ତକୁ ନିଷ୍ପକ୍ଷ ଭାବେ ସମାପ୍ତ କରି ଗୃହ ବିଭାଗ ନୀତି ଅନୁସାରେ ପଦକ୍ଷେପ ନିଆଯାଉ। ନହେଲେ ରାଜ୍ୟ ସ୍ତରରେ ଏହିପରି ଦୀର୍ଘ ସେବା ଥାନାରେ ରହିବା ପ୍ରବୃତି ଅନୁଚିତ ଉଦାହରଣ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.