Home ଜିଲ୍ଲା ପରିକ୍ରମା ଗୋଟାଏ ରାତିରେ ୪ ସ୍ଥାନରେ ଚୋରି, ଜଣେ ଯୁବକ ଅଟକ,ଚୋର ମାନେ ଠାକୁର କୁ ବି...

ଗୋଟାଏ ରାତିରେ ୪ ସ୍ଥାନରେ ଚୋରି, ଜଣେ ଯୁବକ ଅଟକ,ଚୋର ମାନେ ଠାକୁର କୁ ବି ଛାଡିଲେନି

18

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳ ରେ ଚୋରୀ ବଢିବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ଏବେ ଆତଙ୍କିତ ହୋଇ ପଡିଲେଣି। ପ୍ରକାଶ ଥାଉକି ଗୁରୁବାର ବିଳମ୍ବିତ ରାତି ରେ ଦୋବଲ ଅଂଚଳ ରେ ୪ ସ୍ଥାନରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏଥିରେ ସଂପୃକ୍ତ ଥିବା ଜଣେ ଚୋର କୁ ଗ୍ରାମ ଲୋକେ ଧରି ପୋଲିସରେ ଦେଇଥିବା ବେଳେ ଅନ୍ୟ ଜଣେ ଯୁବକ ଖସି ପଳାଇଛି। ଅଟକ ଯୁବକ ଜଣଙ୍କ ଦୋବଲ ଗ୍ରାମର ରାହାସ ସାହୁଙ୍କ ପୁଅ ରାଜେଶ ସାହୁ ବୋଲି ଜଣାପଡିଛି। ରାଜେଶ ଦିନରେ ଗାଁ ଗାଁ ବୋଲି ଆଇସ୍କ୍ରୀମ ବେପାର କରେ। ସୂଚନା ମୁତାବକ; ଗତ କାଲି ରାତିରେ ରାଜେଶ ଓ ଯାଜପୁର ଜିଲ୍ଲା ଝୁମ୍ପୁରି ଅଂଚଳର ସାଥି ଯୁବକ ମିଶି ପ୍ରଥମେ ମୁସ୍ତାଫାପୁର ରଘୁନାଥ ପୁରର ଆର୍ତ ଶଙ୍ଖୁଆ ଙ୍କ ଘରେ ପଶି ୨ ଟି ମୋବାଇଲ ଚୋରି କରିଥିଲେ। ସେଠାରୁ ଆସି ଦୋବଲ ସାହିର ଭିକାରି ସୁତାର ଙ୍କ ଘରେ ପଶି ମୋବାଇଲ ଓ ଟଙ୍କା ଚୋରି କରୁଥିବା ବେଳେ ଘର ଲୋକେ ରାଜେଶ କୁ ଧରି ନେଇଥିଲେ। ଅନ୍ୟ ଜଣେ ଦୌଡ଼ି ପଳାଇଥିଲା। ଗ୍ରାମ ଲୋକେ ରାଜେଶ କୁ ପଚରା ଉଚରା କରିବା ପରେ ତା ସହିତ ଝୁମ୍ପୁରି ଅଂଚଳର ଯୁବକ ଥିବା ମାନିଥିଲା। ସଖାଳୁ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ରାଜେଶ କୁ ଥାନାକୁ ଆଣି ପଚରା ଉଚରା କରୁଥିବା ବେଳେ ସତ ମାନିଥିବା ଜଣାଯାଇଛି। ତେବେ ରାଜେଶ ଦିନରେ ଗାଁ ଗାଁ ବୋଲି ଆସ୍କ୍ରିମ୍ ବିକ୍ରି କରିଥାଏ ଓ ରାତିରେ ଚୋରି। ସେହିପରି ଦଳାଙ୍ଗ ପଞ୍ଚାୟତ ଭଗତପୁର ଠାରେ ଥିବା ହନୁମାନ ଓ ଗ୍ରାମ ଦେବତୀ ମନ୍ଦିରରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ହନୁମାନ ମନ୍ଦିରରୁ ରୂପା ମୁକୁଟ, ରୁପା କଠୋଉ, ଖଡ଼ୁ, ୨ ଟି ଘଂଟି, ପିତଳ ବାସନ ୧୫ କେଜି, ମାଇକ ମେସିନ ଚୋରି ହୋଇଛି। ତାହାକୁ ଲାଗି ରହିଥିବା ଗ୍ରାମ ଦେବତୀ ମନ୍ଦିରରୁ ମଧ୍ୟ ବାସନ ସେଟ୍‌, ଘଂଟିକୁ ମିଶାଇ ୭ କିଲୋ ପିତଳ ଜିନିଷକୁ ଲଗାଇ ପାଖାପାଖି ୨ ଲକ୍ଷ ଟଙ୍କାର ସାମଗ୍ରୀ ଚୋର ହୋଇଥିବା ଅଭିଯୋଗ ହୋଇଛି। ତେବେ ସନ୍ଧନୀ କୁକୁର ସାହାଯ୍ୟରେ ଧାମନଗର ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.