Home କୋରାପୁଟ ଗୋଚର ଜମିରୁ ବଂଚିତ ମାଲିଗୁଡା ଓ ଗୈାଡାଗୁଡାର ଗ୍ରାମବାସୀ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ

ଗୋଚର ଜମିରୁ ବଂଚିତ ମାଲିଗୁଡା ଓ ଗୈାଡାଗୁଡାର ଗ୍ରାମବାସୀ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ

319

କୋରାପୁଟ ; ତା୨୦-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ମାନବର ପଂଚାୟତର ମାଲିଗୁଡା ଓ ଗୈାଡଗୁଡାର ଗ୍ରମବାସୀମାନେ ନିଜର ଗୋଚର ଜମିରୁ ବଂଚିତ ହେଉଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।୨ ଟି ଗ୍ରାମରେ ଥିବା ଗୋଚର ଜମିକୁ ବାହାର ଗ୍ରାମର ଲୋକମାନଙ୍କୁ ଘରବାରି ଜମି ପ୍ରଦାନ କରାଯାଉଥିବା ଶୁଣି ଶତାଧିକ ଗ୍ରାମବାସୀ ଆଜି ଅପାରହ୍ନରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ କୋରାପୁଟ ତହସିଲଦାର ନେହେରୁ ମାଝିଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିଲେ ।ଗୋଚର ଜମି ହସ୍ତାନ୍ତର ଯୋଗ୍ୟ ନ ଥିବା ବେଳେ କିପରି ପ୍ରଦାନ କରାଯାଉଛି ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ଜଣାପଡିଛି ।ଆମ୍ଭ ଗୋଚର ଜମି ଆମ୍ଭ ପାଖରେ ରହିବ ନ ହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମର ଗୋପି ପଳେଇ ଚେତାବନୀ ଦେଇଛନ୍ତି ।ଅଭିଯୋଗର ତଦନ୍ତ କରାଯିବ ବୋଲି କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.