Home ଜିଲ୍ଲା ପରିକ୍ରମା ଗୋକୁଳାନନ୍ଦ ମହାନ୍ତିଙ୍କ ବ୍ରୋଞ୍ଜ ପ୍ରତିମୂର୍ତି ଅନାବରଣ ସମାରୋହ, ମହାପୁରୁଷମାନେ ମାଟି ପାଇଁ ସମ୍ପଦ, ଆଗାମୀ ପିିଢି...

ଗୋକୁଳାନନ୍ଦ ମହାନ୍ତିଙ୍କ ବ୍ରୋଞ୍ଜ ପ୍ରତିମୂର୍ତି ଅନାବରଣ ସମାରୋହ, ମହାପୁରୁଷମାନେ ମାଟି ପାଇଁ ସମ୍ପଦ, ଆଗାମୀ ପିିଢି ମଧ୍ୟରେ ସେମାନଙ୍କୁ ବଂଚାଇ ରଖିବା ଆମର କର୍ତବ୍ୟ

18

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ଓ ବିଧାୟକ ଗୋକୁଳାନନ୍ଦ ମହାନ୍ତିଙ୍କ ୫୦ତମ ପୁଣ୍ୟତିଥି ଅବସରରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଘାଟ ଛକ ଠାରେ ପ୍ରତିଷ୍ଠା କରାଯାଇଥିବା ସ୍ୱର୍ଗତ ମହାନ୍ତିଙ୍କ ବ୍ରୋଞ୍ଜ ପ୍ରତିମୂତିର ଅନାବରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋକୁଳାନନ୍ଦ ମହାନ୍ତି ଜିଲ୍ଲା ସ୍ମୃତି କମିଟି, ଭଦ୍ରକ ଆନୁକୂଲ୍ୟରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ରାଜ୍ୟ ବି.ଜେ.ପିର ସଭାପତି ମନମୋହନ ସାମଲ ଯୋଗ ଦେଇ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ଗହଣରେ ପ୍ରତିମୂର୍ତର୍ର ଅନାବରଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣା ସଭାରେ ମୁଖ୍ୟ ଅତିଥିଙ୍କ ସହ ଅନ୍ୟତମ ବରେଣ୍ୟ ଅତିଥିଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ, ବରେଣ୍ୟ ବକ୍ତା ଭାବେ କାର୍ଯ୍ୟନିର୍ବାହୀ ସଂପାଦକ, ପ୍ରଗତିବାଦୀ ବିରୂପାକ୍ଷ ତ୍ରିପାଠୀ ଏବଂ ସଂଯୋଜକ ଗାନ୍ଧୀ ଓଡ଼ିଶା ପ୍ରତିଷ୍ଠାନ, ଓଡ଼ିଶା ଡ଼ା. ବିଶ୍ୱଜିତ୍ ଯୋଗ ଦେଇଥିଲେ । ସ୍ମୃତି କମିଟିର ସଭାପତି ଲଲାଟେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଓ ସମ୍ପାଦକ ଅଭୟ ଦ୍ୱିବେଦୀ ମଂଚ ପରିଚାଳନା କରିଥିଲେ । ଗୋକୁଳାନନ୍ଦ ମହାନ୍ତିଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ମୃତି ଅର୍ଘ୍ୟ “ମରଣଜୟୀ ଗୋକୁଳାନନ୍ଦ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ମହାପୁରୁଷମାନେ ମାଟି ପାଇଁ ଜାତି ପାଇଁ ସମ୍ପଦ । ସେମାନଙ୍କର ତ୍ୟାଗ, ତିତିକ୍ଷା, ଆଦର୍ଶ, ନିଃସ୍ୱାର୍ଥପରତାକୁ ଆଗାମୀ ପିଢ଼ି ମଧ୍ୟରେ ବଂଚାଇ ରଖିଲେ ଯାଇ ସେମାନେ ଏଥିରେ ଅନୁପ୍ରାଣୀତ ହେବେ । ମହାପୁରୁଷମାନେ ନିଜ ନିଜର ଜୀବନ ଯୌବନ ବଳିଦାନ ଦେଇ ଯେଉଁ ସ୍ୱାଧୀନତା ହାସଲ କରିଛନ୍ତି, ଯେଉଁ ସ୍ୱପ୍ନ ଦେଖିଯାଇଛନ୍ତି, ସେମାନଙ୍କ ପଥାନୁସରଣ କରିବାକୁ ହେଲେ ଆମକୁ ସେମାନଙ୍କୁ ଜାଣିବାକୁ ହେବ । ନିଷ୍ଠାପର ଦେଶଭକ୍ତ ସଂଗ୍ରାମ, ସାହିତ୍ୟ, ସଂସ୍କୃତି ମାଟିର ସଂଗ୍ରାମୀ ଯୁଗପୁରୁଷ ଗୋକୁଳାନନ୍ଦ ମହାନ୍ତି ୧୯୫୨ରେ ଭଣ୍ଡାରିପୋଖରୀ ବିଧାୟକ ଓ ୧୯୬୨ରେ ବାଲେଶ୍ୱର ସାଂସଦ ହିସାବରେ ନିର୍ବାଚିତ ହୋଇ ଜଣେ ସଚ୍ଚା ଦେଶ ସେବକ ଭାବେ କାର୍ଯ୍ୟ କରିପାରିଛନ୍ତି ବୋଲି ଅତିଥିମାନେ ବକ୍ତବ୍ୟମାନେ ମତବ୍ୟାକ୍ତ କରିଥିଲେ । ସକାଳେ ତାଙ୍କ ବାସସ୍ଥାନ କୁଆଁସ ଗ୍ରାମରେ ତିଳତର୍ପଣ ଓ ତାଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅପଣ କରାଯାଇଥିଲା। ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ ଓ ବ୍ରୋଞ୍ଜ ମୂର୍ତି ନିର୍ମାତା ଶିଳ୍ପୀ ଜୟନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୰ ମହାନ୍ତିଙ୍କ ପୁତ୍ରବଧୁ ଅବସରପ୍ରାପ୍ତା ଅଧ୍ୟକ୍ଷା, ସାହିତ୍ୟିକା ଝରଣା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ତାଙ୍କ ପୁତ୍ର ୰ ମହାନ୍ତିଙ୍କ ନାତି ଜ୍ୟୋତିପ୍ରକାଶ ମହାନ୍ତି ମଂଚ ଆହ୍ୱାନ ଓ କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.