Home ଜିଲ୍ଲା ପରିକ୍ରମା ଗେଲଟୁଆରେ ଯୁବ ଫେଡେରେସନ୍‌ର ବୈଠକ

ଗେଲଟୁଆରେ ଯୁବ ଫେଡେରେସନ୍‌ର ବୈଠକ

108

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବର୍ଷର ମୂଳ ଅଧିବାସୀମାନଙ୍କୁ ନେଇ ଭାରତୀୟ ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍‌ଆଇ) ପକ୍ଷରୁ ଭଦ୍ରକର ଗେଲଟୁଆରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବୁଟୁ ମୂର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଯୁବନେତା ବିକାଶ ନାଥ, ଡିୱାଇଏଫ୍‌ଆଇର ଭଦ୍ରକ ଜିଲା ଆବାହକ ବିନୋଦ ସାହୁ ପ୍ରମୁଖ ଯୋଗଦେଇ ଯୁବ ସମସ୍ୟା ଓ ତାର ସମାଧାନ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ସଂପର୍କରେ ଆଲୋଚନା କରିଥିଲେ । ଚାଷୀ ବିରୋଧୀ କୃଷି ଆଇନ୍ ୨୦୨୦ ବିରୁଦ୍ଧରେ ଆମ ଦେଶରେ ଚାଲିଥିବା ଐତିହାସିକ କୃଷକ ବିଦ୍ରୋହରେ ଯୁବକଯୁବତୀମାନେ ସାମିଲ ହେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସୁରେଶ ମୁର୍ମୁ, ସୋନୁ ମୁଣ୍ଡା, ଦେବ ମୁଣ୍ଡା, ଦେବକାନ୍ତ ଯେନା, କୁସନ ମୁଣ୍ଡା, ବାଇଧର ମୁଣ୍ଡା, ରାଜା ମୁଣ୍ଡା, ଚମ୍ପା ମୁଣ୍ଡା, ମିଲି ମୁଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.