Home ଜିଲ୍ଲା ପରିକ୍ରମା ଗେଙ୍ଗୁଟି ନଦୀବନ୍ଧରୁ ପୁଣି ଧସିଲା ମାଟି

ଗେଙ୍ଗୁଟି ନଦୀବନ୍ଧରୁ ପୁଣି ଧସିଲା ମାଟି

125

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଗେଙ୍ଗୁଟି ନଦୀବନ୍ଧର ସଂପ୍ରସାରଣ ଓ ମରାମତି କାର୍ଯ୍ୟ ଶେଷ ହୋଇନଥିବା ବେଳେ ବନ୍ଧର ବିଭିନ୍ନ ସ୍ଥାନରୁ ପଥର ଖସିବା ସହିତ ବନ୍ଧରୁ ମାଟି ଅତଡା ଧସୁଛି । ଇତିମଧ୍ୟରେ ଗେଙ୍ଗୁଟି ବନ୍ଧର ରାମେଶ୍ୱରପୁର ମହାନ୍ତିସାହି ଓ ମଳିକସାହି ଠାରେ ଲଗାଣ ବର୍ଷା ଓ ବନ୍ୟା ଛାଡିବା ପରେ ମାଟି ଅତଡା ଧସିଥିବା ବେଳେ ଆଜି ପୁଣି ଉକ୍ତ ନଦୀବନ୍ଧର ପଣ୍ଡାସାହି ଠାରେ ପୁଣି ୧୫୦ ଫୁଟର ଫାଟ ସୃଷ୍ଟି ହେବା ସହିତ ଧସିଛି । ଖବରପାଇ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଦାସ ଘଟଣାସ୍ଥଳେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରକାଶ ଥାଉକି ନଦୀବନ୍ଧର ଧସୁଥିବା ସ୍ଥାନ ମାନଙ୍କରେ ଗ୍ରାମ ଲୋକେ ଜାଗା ନଛାଡିବାରୁ ବାଧ୍ୟ ହୋଇ ନଦୀପାଶ୍ୱର୍କୁ ବନ୍ଧ ସଂପ୍ରସାରଣ କରାଯାଇଛି । ଯାହାଫଳରେ ବନ୍ଧର ଶେଷ ଭାଗରେ ମାଟି ଠିକ ଭାବେ ଭିଡୁନଥିବାରୁ ନଦୀରୁ ପାଣି କମିବା ପରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି । ତୁରନ୍ତ ଉକ୍ତ ସ୍ଥାନକୁ ବଲା ଓ ଜରି ପ୍ୟାକିଂ ଦ୍ୱାରା ଅସ୍ଥାୟୀ ମରାମତି କାର୍ଯ୍ୟ କରାଯିବ । ପରବର୍ତ୍ତୀ ସମୟରେ ସେଠାରେ ଅଧିକ ପଥର ପ୍ୟାକିଂ କରାଯାଇ କାର୍ଯ୍ୟକୁ ସୁଦୃଢୀକରଣ କରାଯିବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ସଂପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟକୁ ନିମ୍ନମାନର କାମ ସହିତ ବିଳମ୍ବ ନେଇ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.