ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ବାରସର ପଂଚାୟତ ଅଧୀନ ମୁଟୁରିଗଡ଼ ଗ୍ରାମ ନିକଟରେ ଥିବା ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଶୁକ୍ରବାର ମଧ୍ୟାହ୍ନରେ କାଶିନାଥ ମାଝୀଙ୍କ ପୁଅ ଆକାଶ ମାଝୀ (୧୭)ଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବନ ବିଭାଗ ଓ ପ୍ରଶାସନ ନଈ ନିକଟରେ ପହଂଚି ଅନୁଧ୍ୟାନ କରିବା ସହିତ ଖୋଜା ଖୋଜି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଶନିବାର ପୁଣି ଓଡ୍ରାଫ ଟିମ୍, ବନବିଭାଗ, ତିହିଡ଼ି ଓ ଗଦି ଦମକଳବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳକର କୌଣସି ସନ୍ଧାନ ପାଇ ନଥିଲେ। ରବିବାର କଟକରୁ ସ୍ୱତନ୍ତ୍ର ସର୍ଚ୍ଚ କ୍ୟାମେରା ଟିମ୍ ଆସି ଗେଙ୍ଗୁଟି ନଦୀରେ କ୍ୟାମେରା ପକାଇ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧ୍ୟାସୁଦ୍ଧା ନାବାଳକର କୌଣସି ସନ୍ଧାନ ମିଳି ପାରିନଥିବା ଜଣାଯାଇଛି। ବାରସର ସରପଂଚ ଚକ୍ରଧର ଦାସ ତିନିଦିନ ହେବ ଘଟଣା ସ୍ଥଳରେ ରହି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଓଡ୍ରାଫ, ଦମଳକ ବାହିନୀ, ବନ ବିଭାଗ ଓ ସର୍ଚ୍ଚ କ୍ୟାମେରା ଟିମ୍କୁ ସହଯୋଗ କରୁଥିବା ଜଣାଯାଇଛି।
Home ଜିଲ୍ଲା ପରିକ୍ରମା ଗେଙ୍ଗୁଟି ନଈରେ ଗାଧୋଇବା ବେଳେ ନାବାଳକକୁ କୁମ୍ଭୀର ଟାଣିନେବା ପ୍ରସଂଗ, ନାବାଳକର ସନ୍ଧାନ ପାଇଲାନି ସର୍ଚ୍ଚ...