Home ଜିଲ୍ଲା ପରିକ୍ରମା ଗେଙ୍ଗୁଟି ନଈରେ ଗାଧୋଇବା ବେଳେ ନାବାଳକକୁ ଟାଣିନେଲା କୁମ୍ଭୀର

ଗେଙ୍ଗୁଟି ନଈରେ ଗାଧୋଇବା ବେଳେ ନାବାଳକକୁ ଟାଣିନେଲା କୁମ୍ଭୀର

24

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ବାରସର ପଂଚାୟତ ଅଧୀନ ମୁଟୁରିଗଡ଼ ଗ୍ରାମ ନିକଟ ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନାବାଳକକୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଂଜନ ବାରିକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସରପଂଚ ଚକ୍ରଧର ଦାସ, ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ପୀରହାଟ ପୁଲିସ, ପୂର୍ବତନ ସରପଞ୍ଚ ରାଜାରାମ ମହାକୁଡ଼, ସମାଜସେବୀ ବିପିନ ରାଉତ, ନୀଳମଣି ମାଝୀ ପ୍ରମୁଖ ନଦୀ ପାଖରେ ପହଞ୍ôଚ ଅନୁଧ୍ୟାନ କରିଛନ୍ତି। ତିହିଡ଼ି ଅଗ୍ନିଶମ ବିଭାଗ ଦଳ ନାବାଳକକୁ ନଈରେ ଖୋଜା ଖୋଜି କରୁଥିବା ଜଣାପଡ଼ିଛି। ପ୍ରକାଶ ଯେ, ମୁଟୁରିଗଡ଼ ଗ୍ରାମର କାଶିନାଥ ମାଝୀଙ୍କ ପୁଅ ଆକାଶ ମାଝୀ (୧୭) ସାଙ୍ଗ ପିଲାମାନଙ୍କ ସହିତ ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଆକାଶ ପିଲାମାନଙ୍କ ଠାରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପିଲାମାନେ ଆକାଶକୁ ଖୋଜୁଥିବା ବେଳେ ନଈର ଗାଧୋଉଥିବା ସ୍ଥାନ ଠାରୁ କିଛି ଦୂରରେ ଏକ କୁମ୍ଭୀର ଆକାଶକୁ ଟାଣି ନେଉଥିବା ଦେଖିଥିଲେ। ପିଲାମାନେ ଆକାଶକୁ ଉଦ୍ଧାର କରିବା ପାଇଁ କୁମ୍ଭୀରକୁ କିଛିଦୂର ଗୋଡ଼ାଇଥିଲେ। ମାତ୍ର କୁମ୍ଭୀର ନଈରେ ଦୂରକୁ ଦୂରକୁ ପଳାଇ ଯାଇଥିଲା। ପିଲାମାନେ ଏ ସମ୍ପର୍କରେ ଗ୍ରାମରେ ଲୋକମାନଙ୍କୁ ଜଣାଇବା ପରେ ଗାଁ ଲୋକମାନେ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.