Home ଓଡ଼ିଶା ଗୃହ ରାଜ୍ୟମନ୍ତ୍ରୀଙ୍କ ବହିଷ୍କାର, ଏସ ଆଇ ଟି ତଦନ୍ତ ଦାବିରେ ବିକ୍ଷୋଭ

ଗୃହ ରାଜ୍ୟମନ୍ତ୍ରୀଙ୍କ ବହିଷ୍କାର, ଏସ ଆଇ ଟି ତଦନ୍ତ ଦାବିରେ ବିକ୍ଷୋଭ

45

ପୁରୀ ୨୨ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ମମିତା ମେହେର ସେଇ ଅନୁଷ୍ଠାନ ମାଲିକ ଦ୍ୱାରା ଜଘନ୍ୟ ହତ୍ୟାର ଶିକାର ହୋଇ ମୃତ୍ୟୁ ବରଣ କରିବା ଘଟଣାରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ କେତେକ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ଆଇନି ଶୃଙ୍ଖଳାକୁ ଅଙ୍ଗୁଳି ନିର୍ଦେଶ କରୁଛି। ଲୋମହର୍ଷଣ କାରି, ସୁପରିକଳ୍ପିତ ହତ୍ୟାକାଣ୍ଡ ସହ ପୋଲିସ ହାଜତ ମୃତ୍ୟୁ, ଦଳିତ ଅତ୍ୟାଚାର ଓ ନିର୍ଯାତନା ନବୀନ ବାବୁ ଙ୍କ ଶାସନରେ ବଢିଛି। ଶାସକ ଦଳର ନେତା, ମନ୍ତ୍ରୀଙ୍କ ପ୍ରରୋଚନା ଓ ସାହାଯ୍ୟ ସମର୍ଥନ ଯୋଗୁଁ ପୋଲିସ ନିଷ୍କ୍ରିୟ ବୋଲି ସି ପି ଆଇ ଏମ ଅଭିଯୋଗ କରିଛି। ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ମମିତା ମେହେର ଜଘନ୍ୟ ହତ୍ୟା କାଣ୍ଡ ସହିତ ସମ୍ପୂକ୍ତି ଥିବା ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ତତ୍ୱାବଧାନରେ SIT ତଦନ୍ତକରି ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଙ୍ଘଟଣାରେ ସମ୍ପୃକ୍ତି ଥିବା ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ, ମମିତା ମେହେରଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବି ରହିଛି। ଏଥିରେ ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ପୀତବାସ ବେହେରା, ମନୋରଞ୍ଜନ ମହାରଣା, ପବିତ୍ର ଓଝା, ଜମ୍ବେଶ୍ୱର ଓଝା, ଟୁନା ନାୟକ, ରଶ୍ମିତା ଗୋଛିକାର, ରଂଜିତନାୟକ, ଅମରେନ୍ଦ୍ର ନନ୍ଦ, ଶ୍ରୀକାନ୍ତ ପରିଜା, ପୂର୍ଣ୍ଣମୁଦୁଲି, ରବିପ୍ରଧାନ, ହିମାଂଶୁଜେନା, ସବିତାଦେଇ, ବାହାନ ପରିଡା, ବାଳକୃଷ୍ଣବେହେରା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.