Home ଜିଲ୍ଲା ପରିକ୍ରମା ଗୁଡ଼େଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଲା

ଗୁଡ଼େଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଲା

854

ସମ୍ବଲପୁର, ୨୧/୫ (ଓଡ଼ିଆ ପୁଅ) – ଦୁର୍ଗାପାଲିର ଶ୍ରୀ ଶ୍ରୀ ଗୁଡ଼େର୍ଶ୍ୱ ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆଜି ଥାଳଉଠା ସମ୍ପନ୍ନ ହୋଇଛି। ପଣ୍ଡିତ କାମଦେବ ରଥଶର୍ମାଙ୍କ ଦ୍ୱାରା ଶିବ-ପାର୍ବତୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ ବରପିତା ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଟ୍ରଷ୍ଟବୋର୍ଡ଼ ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଥାଳ ଉଠେଇଥିଲେ। ମନ୍ଦିର ପୂଜକ ରାଜକୁମାର ମହାପାତ୍ର, ରାଜେନ୍ଦ୍ର ହୋତା (କଷ୍ଟଲି) ଓ ସତ୍ୟ ମେହେର ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ। ଚଳିତବର୍ଷ ମହାନ୍ତିପଡ଼ାର ସୁରେନ୍ଦ୍ର କୁମାର ବହିଦାର ଏବଂ ତାଙ୍କ ଧର୍ମପତ୍ନୀ ମନୋରମା ବହିଦାର ପାର୍ବତୀଙ୍କ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଥାଳଉଠା ବେଳେ ମନ୍ଦିରର ଟ୍ରଷ୍ଟବୋର୍ଡ଼ ସଦସ୍ୟ ଗୌରୀଶଙ୍କର ଦାଶ, ଦୀନ୍ଦୟାଲ୍ ଅଗ୍ରୱାଲ, ହରିଶ ଅଗ୍ରୱାଲ, ମନୋଜ କୁମାର ଖେମ୍କା, ନନ୍ଦକିଶୋର ଅଗ୍ରୱାଲ, ସ୍ୱାମୀ ସତ୍ୟଧର୍ମାନନ୍ଦ ସରସ୍ୱତୀ, ମନୋଜ ଉପାଧ୍ୟାୟ, ଚକ୍ର ମେହେର, ମଂଟୁ ପ୍ରମୁଖ ମନ୍ଦିର ପକ୍ଷରୁ ଉପସ୍ଥିତ ଥିବା ବେଳେ କନ୍ୟା ଦଳ ପକ୍ଷରୁ କନ୍ୟା ପିତାମାତାଙ୍କ ସମେତ ବିଜୟ କୁମାର ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ସତ୍ୟେନ୍ଦ୍ର ନାରାୟଣ ବହିଦାର, ଜଗ୍ଦୀପ ବହିଦାର, ଅଖିଳ ମୋହନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.