Home Top News ଗୁଡ଼ି ମାଞ୍ଝାସୂତା ନେଲା ପୁଣି ଏକ ଜୀବନ : ଏବେ ୩୯ ବର୍ଷ ପୁରୁଷଙ୍କର କଟିଗଲା...

ଗୁଡ଼ି ମାଞ୍ଝାସୂତା ନେଲା ପୁଣି ଏକ ଜୀବନ : ଏବେ ୩୯ ବର୍ଷ ପୁରୁଷଙ୍କର କଟିଗଲା ବେକ, ଚାଲିଗଲା ଜୀବନ

138

ତେଲେଙ୍ଗାନା ୧୬-୧ (ଓଡ଼ିଆ ପୁଅ) ଗତ କିଛି ଦିନ ମଧ୍ୟରେ ଗୁଡ଼ି ମାଞ୍ଝା ସୂତାରେ ବେକ କଟି କେତେକ ଲୋକଙ୍କର ପ୍ରାଣ ଯାଇଥିବାର ଦୁଃଖଦ ଘଟଣା ସମନାକୁ ଆସୁଛି। ଚଳିତ ବର୍ଷ ପ୍ରଥମେ ଓଡ଼ିଶାରୁ କଟକରୁ ଏହିପରି ଏକ ଦୁଃଖଦ ଖବର ଆସିଥିଲା। ଶନିବାରଦିନ ମଧ୍ୟପ୍ରଦେଶର ଜଣେ ୨୦ ବର୍ଷର ଯୁବତୀ ଏବଂ ଏବେ ତେଲେଙ୍ଗାନାରେ ଜଣେ ୩୯ ବର୍ଷର ବ୍ୟକ୍ତିଙ୍କର ମାଞ୍ଝା ସୂତାରେ ବେକକଟି ମୃତ୍ୟୁ ହୋଇଛି। ମକର ସଂକ୍ରାନ୍ତିରେ ପରେ ଏକ ପରିବାରକୁ ଏକ ଗଭୀର ଶୋକରେ ଭସାଇ ଦେଇଛି। ଚୀନ୍ ମାଞ୍ଝା ସୂତା କାରଣରୁ ଜଣେ ବ୍ୟକ୍ତିଙ୍କର ବେକ କଟିଯାଇଛି। ତେଲେଙ୍ଗାନାର ମଞ୍ଚିରାଲା ଜିଲ୍ଲାର ପୁରୁଣା ମଞ୍ଚିରାଲା ଜାତୀୟ ରାଜପଥରେ ଏକ ଦମ୍ପତି ବାଇକ୍ ରେ ଯାଉଥିବା ବେଳେ ଏକ ଗୁଡ଼ି (ଚାଇନା ମାଞ୍ଜା) ସୂତା ତାଙ୍କ ବେକରେ ଲାଗିବାରୁ ବେକ କଟିଯାଇଥିଲା। ଭୀମାୟା ନାମକ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ତାଙ୍କ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି।

ସୂଚନାଯୋଗ୍ୟଯେ, ମଧ୍ୟପ୍ରଦେଶର ଉଜୈ ନ ସହରରେ ଶନିବାର ଦିନ ଏକ ଚାଇନାର ମାଞ୍ଜା ଏକ ଗଳା କଟି ଜଣେ ୨୦ ବର୍ଷର ମହିଳା ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.