Home ଜିଲ୍ଲା ପରିକ୍ରମା ଗୁଡୁପୋଖରି ରେ ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର, ଘଟଣା ସ୍ଥଳ ରେ ଏସପି, ଦୁଇ ଦିନ...

ଗୁଡୁପୋଖରି ରେ ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର, ଘଟଣା ସ୍ଥଳ ରେ ଏସପି, ଦୁଇ ଦିନ ପାଇଁ ୧୬୩ ଧାରା ଲାଗୁ, ୩ ଗିରଫ

8

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହମ୍ମଦ ଜୟନ୍ତୀ ଉପଲକ୍ଷେ ପତାକା ବାଉଁଶ ଉପାଡ଼ିବାକୁ କେନ୍ଦ୍ର କରି ଧୁଷୁରୀ ଥାନା ଗୁଡୁପୋଖରି ନିକଟସ୍ତ ଅରୁଣ ବଜାରରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଗୁରୁତର ହୋଇଥିବା ସ୍ଥାନୀୟ ଭଉରିଆବାଙ୍କ ଗ୍ରାମର ପୁରୁଷୋତମ ବେହେରାଙ୍କ ପୁଅ ସୁଶାନ୍ତ ବେହେରା , ବୟାଙ୍ଗଡିହ ଗ୍ରାମର ଅନନ୍ତ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ଗୁରୁତର ହୋଇଛନ୍ତି ।ଅପରପକ୍ଷ ରେ ଘଟଣା ଘଟାଇ ଥିବା ସେକ ଅବଦୁଲ, ସେକ ଅବୁବକର, ସେକ ନିଜାମୁଦିନ ଙ୍କ ନାମରେ କେଶ ନମ୍ବର ୩୧୮/୨୪ ରେ ମାମଲା ରୁଜୁ କରିଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟକରି ଘଟଣାସ୍ଥଳରେ ୪ ପ୍ଲାଟୁନ ପୁଲିସ ବଳ ମୃତୟନ କରାଯାଇଛି।ସେହିପରି ଆଜି ଦିନ ୨ ଟା ରୁ ୨୧ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ ଘଟଣା ସ୍ଥଳ ର ୧କି.ମି ସୀମା ମଧ୍ୟରେ ଉପ ଜିଲାପାଳ ମନୋଜ ପାତ୍ର ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ବି ଏନ ଏସ ଏସ ୧୬୩(ପୂର୍ବରୁ ଥିବା ୧୪୪)ଲାଗୁ କରାଇ ଆଇନ ବ୍ୟବସ୍ଥାକୁ କଡାକଡି କରିଛନ୍ତି।ଧୁଷୁରୀ ଥାନା ଓଆଇସି ଶାନ୍ତନୁ ଜେନା,ଧାମନଗର ଥାନା ଆଇ ଆଇ ସି ଫନି ଭୂଷଣ ନାୟକ, ଏସ ଡି ପିଓ ତ୍ରିଲୋଚନ ସେଠି ସମେତ ଭଣ୍ଡାରିପୋଖରୀ,ଆଗରପଡା,ବନ୍ତ ଥାନାର ଅଧିକାରୀ ଏବଂ ବରିଷ୍ଠ ପୁଲିସ , ତହସିଲଦାର ଦୀପକ ଦାସ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି।ପରେ ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁପାଲି ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ନିୟନ୍ତ୍ରଣ ଉପରେ ନଜର ରଖିଛନ୍ତି।ସୂଚନା ଥାଉକି ମହମ୍ମଦ ଙ୍କ ଜୟନ୍ତୀ ଉପଲକ୍ଷେ ଅରୁଣ ବଜାରରେ ପତାକା ପୋତା ଯାଇଥିଲା।ସେହି ପତାକାରୁ କିଛି ଉପଡା ଯାଇଥିବାର ଦେଖୁବାକୁ ମିଳିବା ପରେ ଏ ସମ୍ପର୍କରେ ଧୁଷୁରୀ ଥାନାରେ ଗୋଟିଏ ଗୋଷ୍ଠୀ ଅଭିଯୋଗ କରି ଥାନାରୁ ଆସି ସେହି ପତାକା କୁ ପୋତୁ ଥିବା ସମୟରେ ଅନ୍ୟକୁ ଦେଖାଇ ଗାଳିଗୁଲଜ କରିଥିଲେ।ଅପର ଗୋଷ୍ଠୀର ଲୋକେ ଗାଳି ଗୁଳଜ କୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇ ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଛି ।ତେବେ ଘଟଣା ସ୍ଥଳ ରେ ଉତେଜନା ଥିଲେ ମଧ୍ୟ ପୋଲିସ ଉପସ୍ଥିତ ଥିବାରୁ କୌଣସି ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.