Home ଜିଲ୍ଲା ପରିକ୍ରମା ଗୁଡ଼୍ ଟଚ୍ ଓ ବ୍ୟାଡ଼୍ ଟଚ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଡ଼୍ ଟଚ୍ ଓ ବ୍ୟାଡ଼୍ ଟଚ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

13

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଭଦ୍ରକ ଓ ଶକ୍ତି ସଦନ ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ (ନୁହାସ୍‌) ମିଳିତ ଆନୁକୂଲ୍ୟରେ ପୌରପାଳିକାସ୍ଥିତ ୨୪ନମ୍ବର ୱାର୍ଡ଼ ବେହେରା ସାହି ଅଙ୍ଗନବାଡ଼ି କେନ୍ଦ୍ରରେ ନୁହାସ୍‌ର ସୁପରିଟେଣ୍ଡଂଟ ଉଷାରାଣୀ ବେହେରା ପୌରାହିତ୍ୟରେ ଗଡ଼୍ ଟଚ୍ ଓ ବ୍ୟାଡ଼୍ ଟଚ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଆସିଆନାର ସଂଯୋଜକ ରିଆଜ୍ ଅହମଦ୍‌, ଓପନ୍ ସେଲ୍‌ଟର ହୋମ୍ ସଂଯୋଜକ ସମ୍ବିତ ମହାନ୍ତି ଯୋଗଦେଇ ଗୁଡ଼୍ ଟଚ୍ ଓ ବ୍ୟାଡ଼୍ ଟଚ୍ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସଂଗେ ସଂଗେ ଯଦି କେହି ବ୍ୟାଡ଼୍ ଟଚ୍ କରୁଛି ତାହାକୁ ପ୍ରତିବାଦ କରିବା ସଂଗେ ସଂଗେ ତୁରନ୍ତ ନିଜ ଅଭିଭାବକ କିମ୍ବା ଚାଇଲିଡ଼୍ ହେଲପ୍ ଲାଇନ୍‌ର ନମ୍ବର ୧୦୯୮ ସହଯୋଗ ନେବା ପାଇଁ କହିଥିଲେ । ସୁପରିଟେଣ୍ଡଂଟ ଶ୍ରୀମତୀ ବେହରା ଏହି ୧୬ ଦିନିଆ ମହିଳା ହିଂସା ବିରୋଧି ଅଭିଯାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର କିଶୋରୀ ଓ ମହିଳାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନୁହାସ୍‌ର ବହୁମୁଖୀ କର୍ମଚାରୀ ସଂଯୁକ୍ତା ମହାନ୍ତି ଓ ଅଙ୍ଗନୱାଡ଼ୀ କର୍ମୀ ଭାନୁମତି ବେହେରା ପରିଚାଳନା କରିଥିଲେ । ଶେଷରେ ନୁହାସ୍‌ର ସହାୟକ କର୍ମଚାରୀ ଲୋପାମୁଦ୍ରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.