Home Top News ଗୁଜୁରାଟ ସରକାରଙ୍କ ଘୋଷଣା: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ...

ଗୁଜୁରାଟ ସରକାରଙ୍କ ଘୋଷଣା: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ

35

ଗାନ୍ଧିନଗର ୨୯ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗୁଜୁରାଟ ସ୍ୱାସ୍ଥ୍ୟମନ୍ତ୍ରୀ ହୃଷିକେଶ ପଟେଲ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, କରୋନା କାରଣରୁ ପ୍ରାଣ ହରାଇଥିବା ପରିବାରକୁ ସରକାର ୫୦, ୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏଥିପାଇଁ ସରକାର ଏକ ଜିଲ୍ଲା ୱାରୀ କମିଟି ମଧ୍ୟ ଗଠନ କରିବେ। ବିରୋଧୀ ଦଳ କଂଗ୍ରେସ ବିଧାନସଭାରେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବିବୃତ୍ତି ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ହେତୁ ତିନି ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିବା କଂଗ୍ରେସ ଦାବି କରିଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୧୦ ହଜାର ୮୨ ଜଣଙ୍କର ମୃତ୍ୟୁ ଘଟିଛି।

ପଟେଲ ଗୃହକୁ କହିଛନ୍ତି ଯେ, ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ମିଳିଛି, ଏହା ପରେ ସରକାର କ୍ଷତିପୂରଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ଷତିପୂରଣ ପାଇଁ ରାଜ୍ୟ ସରକାର ଏକ ଜିଲ୍ଲା ୱାରୀ କମିଟି ଗଠନ କରିବେ। ଏହା ପରେ ସଂକ୍ରମଣରେ ପୀଡିତଙ୍କ ନିର୍ଭରଶୀଳଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।

ସ୍ୱାସ୍ଥ୍ୟମନ୍ତ୍ରୀ ପଟେଲ କହିଛନ୍ତି ଯେ, ଭାରତରେ କରୋନା ସଂକ୍ରମଣ ହେତୁ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ କମ୍ ଥିଲା। ରାଜ୍ୟ ସରକାରଙ୍କ ତୁରନ୍ତ ବ୍ୟବସ୍ଥା ଯୋଗୁଁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଗୁଜୁରାଟରେ ମୃତ୍ୟୁ ହାର ବହୁତ କମ୍ ଥିଲା।

ଏହାପୂର୍ବରୁ ରାଜ୍ୟରେ ବିରୋଧୀ କଂଗ୍ରେସ ଏକ ପ୍ରେସ ନୋଟ୍ ଜାରି କରି କହିଛି ଯେ, ଗୃହରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ସରକାର କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ହେତୁ କେବଳ ୩, ୮୬୪ ମୃତ୍ୟୁ ଘଟିଛି। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପଟେଲ କହିଛନ୍ତି ଯେ କଂଗ୍ରେସ ସଦସ୍ୟମାନେ ମ୍ୟୁନିସିପାଲିଟି ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ମାଗି ନାହାଁନ୍ତି। ରାଜ୍ୟରେ ସଂକ୍ରମଣ ହେତୁ ମୋଟ ୧୦, ୦୮୨ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.