Home Top News ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ଉପରେ କଂଗ୍ରେସର ଟ୍ୱିଟ, ବିଜେପି...

ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ଉପରେ କଂଗ୍ରେସର ଟ୍ୱିଟ, ବିଜେପି କହିଲା ଏମିତି

36

ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବ ନିର୍ବାଟନ ଆୟୋଗ। ମଧ୍ୟାହ୍ନ ୧୨ ଟାରେ ନିର୍ବାଚନ ତାରିଖ ଘୋଷଣା କରାଯିବ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ କଂଗ୍ରେସ ନିର୍ବାଚନ ଆୟୋଗକୁ ଟାର୍ଗେଟ କରି ନିଜର ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଲେଖିଛି ଯେ, “ଭାରତର ନିର୍ବାଚନ ଆୟୋଗ ଏକ ସ୍ୱୟଂଶାସିତ ଅନୁଷ୍ଠାନ। ଏହା ନିରପେକ୍ଷ ନିର୍ବାଚନ କରିଥାଏ।” ତେବେ ଏହି ଟୁଇଟ୍ ମାଧ୍ୟମରେ କଂଗ୍ରେସ ଗାନ୍ଧିଜୀଙ୍କ ତିନିଟି ମାଙ୍କଡ଼ର ଏକ ଇମୋଜି ମଧ୍ୟ ତଳେ ରଖିଛି। ତେବେ ହିମାଞ୍ଚଳ ପ୍ରଦେଶ ନିର୍ବାଚନ ତାରିଖ ଘୋଷଣା କରାଯିବା ସହିତ ଗୁଜରାତର ନିର୍ବାଚନ ତାରିଖ ଘୋଷଣା ନ କରାଯିବା ରାଜନୈତିକ ସ୍ତରରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ଏହାର ଅପର ପକ୍ଷରେ ବିଜେପି ମଧ୍ୟ ନିଜର ମନ୍ତବ୍ୟ ଦେଇଛି। କଂଗ୍ରେସ ହାରିବାକୁ ଭୟ କରୁଛି ବୋଲି ବିଜେପି କହିଛି।

ସୂଚନାଯୋଗ୍ୟଯେ, ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ନିଜର ନିର୍ବାଚନ ରଣ କୌଶଳ କଡାକଡି କରିସାରିଥିବା ବେଳେ ଆମ୍ ଆଦମୀ ପାର୍ଟିର ପ୍ରବେଶ ଏଥର ପ୍ରତିଯୋଗିତାକୁ ଆହୁରି ଆକର୍ଷଣୀୟ କରିଦେଇଛି।

ସୂଚନାଯୋଗ୍ୟଯେ, ଗୁଜରାଟରେ ୧୮୨ ଟି ବିଧାନସଭା ଆସନ ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ୨୦୧୭ ରେ ସମସ୍ତ ୧୮୨ ଟି ଆସନର ଫଳାଫଳ ଘୋଷଣା ହେବା ପରେ ବିଜେପି ୯୯ ଟି ଆସନ ସହିତ ବହୁମତ ଅତିକ୍ରମ କରିଥିଲା। କଂଗ୍ରେସ ୭୭ ଟି ଆସନ ପାଇଥିଲା। ଗୁଜୁରାଟରେ ସଂଖ୍ୟାଗରିଷ୍ଠତା ହେଉଛି ୯୨।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.