Home ଜିଲ୍ଲା ପରିକ୍ରମା ଗୁଜୁରାଟରେ ହତ୍ୟା ; ଆରଡିରୁ ଆସାମୀ ଗିରଫ, ଜଘନ୍ୟ ହତ୍ୟା ପରେ ଲୁଗା ସଫା ମେସିନରେ...

ଗୁଜୁରାଟରେ ହତ୍ୟା ; ଆରଡିରୁ ଆସାମୀ ଗିରଫ, ଜଘନ୍ୟ ହତ୍ୟା ପରେ ଲୁଗା ସଫା ମେସିନରେ ଶବକୁ ଲୁଚାଇ ରଖିଥିଲା ଆସାମୀ, ଟଙ୍କା ଦେଣନେଣକୁ ନେଇ ହତ୍ୟା- ଗୁଜୁରାଟ ପୋଲିସ

36

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁଜୁରାଟରେ ଜଘନନ୍ୟା ହତ୍ୟା ପରେ ଗତକାଲି ଆରଡିରୁ ଆସାମୀକୁ ଗିରଫ କରିଛି ଗୁଜୁରାଟ ପୁଲିସ। ସୂଚନା ଅନୁଯାୟୀ ଗୁଜୁରାଟସ୍ଥିତ ସୁରଟ ଉଦୁନା ଠାରେ କେନ୍ଦ୍ରାପଡା ଜିଲା ମହାକାଳପଡା ଯଶୁଆପଲି ବାଲିସାହି ଗାଁର ଶତୃଘନ ସାହୁଙ୍କ ପୁଅ ମନୋଜ ସାହୁ ଦୀର୍ଘ ୪ବର୍ଷ ହେବ ଏକ ଭେରାଇଟ ଷ୍ଟୋର କରି ରହୁଥିଲେ। ହେଲେ କଟକର ଗୁରୁଚରଣ ପ୍ରଧାନ ( ୪୫) ମନୋଜ ଠାରୁ କିଛି ଟଙ୍କା ପାଇବାର ଥିବାରୁ ଗତ ଅକ୍ଟୋବର ୧୦ରେ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ମନୋଜ ଉତ୍ୟକ୍ତ ହୋଇ ଏକ ଲୁହା ରଡରେ ବାଡେଇ ମାରିଥିବା ପୁଲିସ ଆଗରେ ପ୍ରକାଶ କରିଛି ଆସାମୀ। ଏପରିକି ଘଟଣାସ୍ଥଳରେ ଗୁରୁଚରଣଙ୍କର ମୃତ୍ୟୁ ଘଟିବାରୁ ନିଜର ଦୋଷ ଲୁଚାଇବାକୁ ଯାଇ ଏକ ଲୁଗାସଫା ମେସିନିରେ ଲୁଚାଇ ରଖିଥିବା କହିଛି ଆସାମୀ ମନୋଜ। ଆସାମୀକୁ ଧରିବା ପାଇଁ ଆସିଥିବା ଗୁଜୁରାଟ ପୁଲିସର ରଘୁବିର ସିଂଙ୍କ ନେତୃତ୍ୱରେ ୩ଜଣିଆ ଟିମ କହିଛନ୍ତି ଯେ ମନୋଜ ଗୁରୁଚରଣଙ୍କୁ ହତ୍ୟା କରିବା ପରେ ଦୀର୍ଘ ୭ଦିନ ଧରି ଗୁରୁଚରଣଙ୍କ ମୃତ ଦେହକୁ ଏକ ଲୁଗାସଫା ମେସିନରେ ଲୁଚାଇ ରଖିଥିଲା। ଏପରିକି ପାରିପ୍ୱାର୍ଶିକ ଅଂଚଳରେ ପଚା ଗନ୍ଧ ହେବାରୁ ସ୍ଥାନୀୟ ଅଂଚଳବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ଗୁରୁଚରଣଙ୍କର ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଆସାମୀ ମନୋଜକୁ ଖୋଜି ଚାଲିଥିଲା। ଆସାମୀ ମନୋଜ ଭୂବନେଶ୍ୱର ସମେତ କୋଣାର୍କ, ଦିଲ୍ଲି ଆଦି ଅଂଚଳରେ ଦୀର୍ଘଦିନ ହେବ ଘୂରି ବୁଲୁଥିବା ମୋବାଇଲ ଟ୍ରାକରୁ ପୋଲିସ ଜାଣିବା ପରେ ଖୋଜାଖୋଜି ଚଳାଇଥିଲା। ହେଲେ ଦୀର୍ଘ ୪/୫ଦିନ ହେବ ଆସାମୀ ମନୋଜ ଆରଡିରେ ରହି ଆସୁଥିବା ଗୁଜୁରାଟ ପୁଲିସ ବିଶେଷ ସୁତ୍ରରୁ ଖବର ପାଇବା ପରେ ସ୍ଥାନୀୟ ଲୋକ ଓ ଆରଡି ପୁଲିସର ମିଳିତ ସହଯୋଗରେ ଗତକାଲି ରାତିରେ ଆସାମୀ ମନୋଜକୁ ଆରଡି ବଜାରରୁ କାବୁ କରିଥିଲା। ପରେ ଆସାମୀକୁ ଥାନାକୁ ନେଇ ପଚାରାଉଚରା ପରେ ଗୁଜୁରାଟ ନେଇଯାଇଥିବା ଆରଡି ଫାଣ୍ଡି ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.