Home ଜିଲ୍ଲା ପରିକ୍ରମା ଗୁଜିଦରଡା ରାସ୍ତା ମରାମତି ନେଇ ଜିଲାପାଳଙ୍କୁ ଦାବିପତ୍ର

ଗୁଜିଦରଡା ରାସ୍ତା ମରାମତି ନେଇ ଜିଲାପାଳଙ୍କୁ ଦାବିପତ୍ର

5

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗୁଜିଦରଡା ପଂଚାୟତର ଶୋଚନୀୟ ଗ୍ରାମୀଣ ରାସ୍ତାର ମରାମତିକୁ ନେଇ ଅଂଚଳବାସୀ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ସଦସ୍ୟମାନେ ଏକ ଦାବିପତ୍ର ଆଜି ଜିଲାପାଳଙ୍କୁ ଦେଇଛନ୍ତି। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଏହି ପଂଚାୟତର କରବଲା ମରାଦାଣ୍ଡି ୪ନଂ ୱାର୍ଡ ଠାରୁ ଅମିନାବାଦ ୱାର୍ଡ ନଂ ୧୬ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଏବେ ଖାଲ, ଢିପ, ମାଟି କାଦୁଅ ଅବସ୍ଥାରେ ପଡିରହିଥିବାରୁ ଗ୍ରାମବାସୀଙ୍କ ଯାତାୟତରେ ନାନା ଅସୁବିଧା ସୃଷ୍ଟି ହେଉଛି। ଏଥିସହିତ ୧୨ନଂ ୱାର୍ଡ ମେହେରବାନ ନଗର ରାସ୍ତାଟି ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ଅଂଚଳରେ ଦୁଇଶହରୁ ଉର୍ଦ୍ଧ୍ୱ ଘର ଅଛି। ପ୍ରତ୍ୟେକଦିନ ଏହି ରାସ୍ତା ଦେଇ ପିଲାଛୁଆ ସ୍କୁଲ ଯିବାପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୁଢା ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ପର୍ଯ୍ୟନ୍ତ ଏହି ରାସ୍ତାରେ ଯିବାକୁ ଡରୁଛନ୍ତି। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଆମ୍ବୁଲାନ୍ସ ଓ ଦମକଳ ଆସିପାରୁନାହିଁ। ଏହି ୪-୫ ମାସ ମଧ୍ୟରେ ଏହି ଅଂଚଳରେ ଦୁଇ ଦୁଇଥର ଘରପୋଡି ଛାରଖାର ହୋଇ ବହୁ ଧନଜୀବନ ହାନି ଘଟିଛି। ଏହି ରାସ୍ତା ନିର୍ମାଣ ପାଇଁ ଅଂଚଳବାସୀଙ୍କ ତରଫରୁ ସଂରପଚ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ମୋରମ କି ବାଲି ମୁଠାଏ ପଡିନାହିଁ। ବର୍ଷାଋତୁରେ ରାସ୍ତାର ଅବସ୍ଥା ଦ୍ୱିଗୁଣିତ ହୋଇପଡିଛି। ରାସ୍ତାର ମରାମତି ଆସନ୍ତା ଗୋଟିଏ ମାସ ମଧ୍ୟରେ ଆରମ୍ଭ ନକଲେ ବାଧ୍ୟହୋଇ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀମାନେ ଧାରଣାରେ ବସିବେ ବୋଲି ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଭାପତି ଜାହିର ଖାଁ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.