Home ଜିଲ୍ଲା ପରିକ୍ରମା ଗୁଜିଦରଡା ପଞ୍ଚାୟତର ବିକାଶ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ ଟିମ୍‌ର ତଦନ୍ତ

ଗୁଜିଦରଡା ପଞ୍ଚାୟତର ବିକାଶ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ ଟିମ୍‌ର ତଦନ୍ତ

14

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନ ଗୁଜିଦରଡା ପଂଚାୟତ ବିକାଶ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ ଟିମ୍ । ସ୍ୱତନ୍ତ୍ର ଏକ୍ସପର୍ଟ ଟିମ୍ ଆଜି ଗୁଜିଦରଡା ପଂଚାୟତରେ ପହଞ୍ôଚ ହୋଇଥିବା ବିଭିନ୍ନ ରାସ୍ତା କାର୍ଯ୍ୟର ଯାଞ୍ଚ କରିଛନ୍ତି । ଗୁଜିଦରଡା ପଞ୍ଚାୟତରେ ସିଏଫ୍‌ସି ଓ ଏସଏଫ୍‌ସି ସମେତ ବିଭିନ୍ନ ଫଣ୍ଡରେ ନିର୍ମାଣ ହୋଇଥିବା ୧୦ ପ୍ରକଳ୍ପର ରାସ୍ତା କାର୍ଯ୍ୟ ତତ୍‌କାଳୀନ ସରପଞ୍ଚ ସମୟରେ ହୋଇଥିଲା । ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ଆଜି ୭ଟି ରାସ୍ତାର ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ରାସ୍ତାଗୁଡିକ ନିର୍ମାଣ ହୋଇଥିବା ବାବଦରେ ଟିମ୍ ଅନୁସନ୍ଧାନ କରିଛି । ବାକି ୩ଟି ରାସ୍ତା ବାବଦରେ ପୁଣି ଆସନ୍ତାକାଲି ତଦନ୍ତ ହେବ ବୋଲି ଜଣାପଡିଛି । ତଦନ୍ତ ପରେ ଯଦି ଅନିୟମିତତା ହୋଇଥାଏ, ତାହେଲେ ମାମଲା ଦାଏର ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଅପରପକ୍ଷେ ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ କିଛି ରାସ୍ତା କାର୍ଯ୍ୟ ଆଦୌ ହୋଇନି, କାମ ନହୋଇ ବିଲ୍ ହେଇଛି । ସେହିଭଳି ଯେଉଁ କିଛି ରାସ୍ତାରେ କାର୍ଯ୍ୟ ହୋଇଛି, ତାହା ଅତି ନିମ୍ନମାନର । ଘଟଣା ବାବଦରେ ଗୁଜିଦରଡର ସରପଞ୍ଚ ଇଂ ମହମ୍ମଦ ଫରହତ ଆଲମ କହିଛନ୍ତି ଅଯଥାରେ ମୋ ପଂଚାୟତକୁ ବଦନାମ କରାଯାଉଛି । ପୂର୍ବତନ ସରପଞ୍ଚ ସମୟରେ ଅନେକ ବିକାଶ କାର୍ଯ୍ୟ କରାଯାଇଛି । ସେହି କାର୍ଯ୍ୟ ସବୁ ଦେଖି ବିରୋଧୀୟ ଅସହ୍ୟ ହୋଇ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି । ପଂଚାୟତରେ କୌଣସି ମିଥ୍ୟା ବିଲ୍ ହୋଇନାହିଁ । ତଥାପି ଆମେ ତଦନ୍ତକୁ ସ୍ୱାଗତ କରୁଛୁ । ଭିଜିଲାନ୍ସ ଟିମ୍ ଆସି ଯେଉଁ ଫାଇଲ୍ ମାଗିଥିଲେ, ତାହା ମୁଁ ପୂର୍ବରୁ ହସ୍ତାନ୍ତର କରିଥିଲି । ଏବେ ଆସି ରାସ୍ତା ତାଡି ନଷ୍ଟ କରୁଛନ୍ତି । ସରପଞ୍ଚ ଦୃଷ୍ଟିରୁ ମୋ ପଂଚାୟତକୁ ପ୍ରବେଶ ବାବଦରେ ମୋର ଜାଣିବା ଉଚିତ୍ ବୋଲି ଇଂ ଆଲାମ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.