Home ଓଡ଼ିଶା ଗୁଗୁଲର ନୂଆ ଫିଚର

ଗୁଗୁଲର ନୂଆ ଫିଚର

823

ନୂଆଦିଲ୍ଲୀ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଏବେ ଆପଣ ଛୁଟିରେ ରହିଲେ ଆପଣଙ୍କ ସଂପର୍କରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗୁଗଲ ଦେବ ଛୁଟି ସୂଚନା । ଅର୍ଥାତ୍‌ ଆପଣ ଛୁଟିରେ ରହିଲେ ଆପଣଙ୍କୁ ମେଲ କରୁଥିବା ବ୍ୟକ୍ତି ଜାଣିପାରିବେ ଯେ, ଆପଣ ଛୁଟିରେ ଅଛନ୍ତି। ଯାହା ପୂର୍ବରୁ ଜଣାପଡୁନଥିଲା। ଗୁଗଲ ଗତ କିଛି ମାସ ହେଲାଣି ଜି ମେଲକୁ ନେଇ ଅନେକ ପରିବର୍ତ୍ତନ କରିଛି। କିଛି ଦିନ ପୂର୍ବରୁ ଗୁଗଲ ଜିମେଲରେ ଇ-ମେଲ ସିଡ୍ୟୁଲ କରିବାର ଫିଚର ପ୍ରଦାନ କରିଥିଲା, ଏବେ ଖୁବଶୀଘ୍ର ଗୁଗଲ ଜିମେଲ ପାଇଁ ଏକ ନୂଆ ଏବଂ ବଡ ଆବଶ୍ୟକୀୟ ଫିଚର ଜାରି କରିବାକୁ ଯାଉଛି।

ନୂଆ ଅପଡେଟ୍‌ ପରେ ଯଦି କୌଣସି ଜିମେଲ ବ୍ୟବହାରକାରୀ ଛୁଟିରେ ଥାନ୍ତି ତେବେ ଜିମେଲ କିମ୍ବା ହ୍ୟାଙ୍ଗଆଉଟ ଚାଟ୍‌ ଜରିଆରେ ସଂପର୍କ କରୁଥିବା ଅନ୍ୟ ୟୁଜର୍ସକୁ ନୋଟିଫିକେସ ଜରିଆରେ ସେହି ବ୍ୟକ୍ତି ଛୁଟିରେ ଥିବା ଜଣାପଡିବ। ଗୁଗଲର ଏକ ବୟାନ ମୁତାବକ, ପ୍ରଥମେ ଏହି ଫିଚର ଜି-ସୁଇଟ ଅର୍ଥାତ୍‌ ଗୁଗଲ ଇଣ୍ଟରପ୍ରାଇସ କଷ୍ଟମର୍ସ ପାଇଁ ଜାରି କରିବ। ଏହି ଫିଚରର ଗ୍ଲୋବାଲ ଲଞ୍ଚ ୧୬ ସେପ୍ଟେମ୍ବରରେ ହେବ। ଅନେକ ରିପୋର୍ଟରେ ମଧ୍ୟ କୁହାଯାଇଛି କି, ଜି-ସୁଇଟ ଫିଚର ସଫଳ ହେବା ପରେ ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ଏହା ଜାରି କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.