Home ଜିଲ୍ଲା ପରିକ୍ରମା ଗୁଆମାଳର ଶରତ ଚନ୍ଦ୍ର ପାଢ଼ୀ ହେଲେ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ, ପ୍ରଥମ ଓଡିଆ ଭାବେ...

ଗୁଆମାଳର ଶରତ ଚନ୍ଦ୍ର ପାଢ଼ୀ ହେଲେ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ, ପ୍ରଥମ ଓଡିଆ ଭାବେ ଆଣିଲେ ଗୌରବ

81

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଧୀନ ବଢ଼େଇବାଡ଼ି ଗ୍ରାମର ଶରତ ଚନ୍ଦ୍ର ପାଢୀ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଓଡିଆ ଭାବେ ସେ ରାଜ୍ୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ପଦବୀରେ ଅବସ୍ଥାପିତ ହେବା ପରେ ଗୁଆମାଳ ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି । ଏହା ପୂର୍ବରୁ ଶରତ ଚନ୍ଦ୍ର ପୂର୍ବ କେନ୍ଦ୍ରୀୟ ରେଳବାଇର ପ୍ରଧାନ ମୁଖ୍ୟ ସୁରକ୍ଷା କମିଶନର ପଦବୀରେ ଅବସ୍ଥାପିତ ଥିଲେ । ତେବେ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀରେ ଥିବା ସଞ୍ଜୟ ସଂକୀର୍ତ୍ତାୟନ ଗତ ମାସ ୩୧ତାରିଖରେ ଅବସର ନେବା ପରେ ଶରତ ଚନ୍ଦ୍ରଙ୍କୁ ସେହି ପଦବୀରେ ଗତ ୧ତାରିଖରେ ଅବସ୍ଥାପିତ କରାଯାଇଥିବା ବେଳେ ସେ ସୋମବାର କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି । ପୂର୍ବ କେନ୍ଦ୍ରୀୟ ରେଳ ଜୋନ ପାଟନା ଠାରେ ଆଇଜି ପଦବୀରେ ଥିବା ବେଳେ ଶରତ ଚନ୍ଦ୍ରଙ୍କର ରେଳବାଇର ଅଗ୍ରଗତି ପାଇଁ ବିଶେଷ ଅବଦାନ ଥିଲା । ରେଳ ସମ୍ପତ୍ତିର ସୁରକ୍ଷା, ରେଳଯାତ୍ରୀଙ୍କ ସହାୟତା ଏବଂ ସୁରକ୍ଷା ସହିତ ଟିକେଟ ଦଲାଲଙ୍କ ବିରୋଧରେ ଅଭିଯାନ, ଶୃଙ୍ଖଳା ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମହିଳା ଏବଂ ଦିବ୍ୟାଙ୍ଗ କୋଚ୍‌ରେ ଅନାଧିକୃତ ଯାତ୍ରା କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ପୁଲିସ ବ୍ୟବସ୍ଥାର ଉନ୍ନତିରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କାର୍ଯ୍ୟଦକ୍ଷତା ପାଇଁ ଅଗଷ୍ଟ ୧୫ରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଥିଲା । ତେବେ ସେ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହେବା ପରେ ଏମପି ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ଡ.ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.