ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଦେବୀ ପ୍ରସାଦ ଜେନା ନିଜ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଫେରାର ହୋଇଥିଲେ। ଗତକାଲି ରାତିରେ ନିଜ ଗାଁ ହାଟଡିହି ବ୍ଲକ ଡ଼ଅଁର କୁ ଆସିଥିବା ବେଳେ ଗାଁ ର କିଛି ଯୁବକ ତାଙ୍କୁ ଧରି ପକାଇ ଥିଲେ। ପରେ ନନ୍ଦିପଦା ପୋଲିସକୁ ଡାକି ହସ୍ତାନ୍ତର କରିଛନ୍ତି। ଏବିଡିଓ ଶ୍ରୀ ଜେନା ତାଙ୍କ ସ୍ତ୍ରୀ ସୁଦେଷ୍ଣାଙ୍କୁ ଦୀର୍ଘଦିନ ଧରି ଶାରୀରିକ ମାନସିକ ଭାବେ ନିର୍ଯ୍ୟାତନା ଦେଇଆସୁଥିଲେ। ତାଙ୍କ ପତ୍ନୀ ନିଜର ପିଲାଙ୍କ ମୁହଁକୁ ଚାହିଁ ମାମୁଁ ଘର ବାପ ଘରେ ରହି ପିଲାଙ୍କୁ ମଣିଷ କରିବା ପାଇଁ ସବୁ ସହି ଚୁପ୍ ଚାପ୍ ସହି ଯାଉଥିଲେ। ପୁଅ ବଡ ହେଲା ପରେ ମାକୁ କହିଲା ମା ମୁଁ ବଡ଼ ହେଲିଣି ତୋର ବାପା କିଛି କ୍ଷତି କରିପାରିବ ନାହିଁ ତୁ ଘରକୁ ଚାଲିଆସ। ପୁଅ କଥାରେ ମା ଆସିଲା କିନ୍ତୁ ପିତା ଏବିଡିଓ ଶ୍ରୀ ଜେନା ରଚିଥିଲେ ଗଭୀର ଷଡଯନ୍ତ୍ର। ସ୍ତ୍ରୀକୁ ଅଧିକ ଭଲ ପାଇବା ଅଭିନୟ କରି ସେ ଘର ଠାରୁ ଅଧିକ ଦୁରତ୍ୱ ରେ କରିଥିବା ଘରକୁ ନେଇଯାଇଥିଲେ ଶ୍ରୀ ଜେନା । ପିଲାମାନେ ବାରଣ କରି ମା କୁ ବୁଝାଇ ଥିଲେ, ‘ମା ବାପା ଭଲ ଲୋକ ନୁହେଁ, ତୁ ସେଠାକୁ ନଯାଇ ଏଇଠି ଆମ ସହ ରହ।” କିନ୍ତୁ ମା କହିଥିଲେ “ପିଲାମାନେ ତୁମେ ବ୍ୟସ୍ତ ହୁଅ ନାହିଁ, ତୋ ବାପା ମୋତେ ମାରିବ ନାହିଁ। କିନ୍ତୁ ଚତୁର ପିତା ଶ୍ରୀ ଜେନା ପତ୍ନୀଙ୍କୁ ହତ୍ୟା କରିବାର ସମସ୍ତ ଯୋଜନା ରଚିସାରିଥିଲେ। ସେଦିନ ପତ୍ନୀ ସ୍ୱାମୀଙ୍କର ମଙ୍ଗଳ କାମନା କରି ଉପବାସ ରହି ଖଳି ଧରି ଚୂନା ପିଠା କରୁଥିବା ସମୟରେ କନ୍ୟା ସମ୍ମୁଖରେ ଟାଙ୍ଗିଆ ଦ୍ୱାରା ହତ୍ୟା କରିଥିଲେ।







